ଜଣେ କହିଲେ କଳ୍‌କୀ , ଆଉ ଜଣେ କହିଲେ ଶ୍ରୀରାଧା, ଚର୍ଚ୍ଚାରେ ଆଇପିଏସ ଅଫିସର

 Highlights

ନିଜକୁ ଶ୍ରୀକୃଷ୍ଣଙ୍କ ରାଧା ବୋଲି କହିଲେ IPS ଅଫିସର
ଶାଢି ପିନ୍ଧି , ସିନ୍ଦୁର ଲଗାଇ ଆସିଲେ ଅଫିସ
ଥଟ୍ଟା କଲେ ଅନ୍ୟ ପୋଲିସ କର୍ମଚାରୀ

ବର୍ତ୍ତମାନ ଗୁଜୁରାଟ ସରକାରୀ ଅଫିସର ନିଜକୁ ବିଷ୍ଣୁଙ୍କ ଦ୍ଵିତୀୟ ଅବତାର କଳକୀ ବୋଲି କହି ଘୋଷଣା କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ମୋରଦାବାଦ୍‌ର ଜଣେ ଆଇପିଏସ ମଧ୍ୟ ନିଜକୁ କଳକୀ ବୋଲି କହି ଘୋଷଣା କରିଥିଲେ । ତେବେ ଏ ଘଟଣା କିଛି ନୂଆ ନୁହେଁ । ଓଡିଶାର ଡିକେ ପଣ୍ଡା ନାମକ ଜଣେ ଆଇପିଏସ ଅଫିସର ମଧ୍ୟ ନିଜକୁ ଦ୍ଵିତୀୟ ରାଧା କହି ଅନେକ ଚର୍ଚ୍ଚାରେ ରହିଥିଲେ । ଏମିତିକି ଅଫିସକୁ ମଧ୍ୟ ସିନ୍ଦୁର ଚୁଡି, ସାଲୱାର ପିନ୍ଧି ଆସୁଥିଲେ ।

ଡିକେ ପଣ୍ଡା ୧୯୭୧ ଆଇପିଏସ ବ୍ୟାଚ୍‌ର ଅଟନ୍ତି । ସେ ଉତ୍ତର ପ୍ରଦେଶରେ ପୋଲିସ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ସେ ନିଜକୁ ଆଧ୍ୟାତ୍ମିକ ଦିଗରେ ଯୋଡି ବିବାଦ ଘେରରେ ଆସିଥିଲେ । ସେ ଶ୍ରୀକୃଷ୍ଣଙ୍କର ଜଣେ ଅନୁଗାମୀ ଅଟନ୍ତି । ପଣ୍ଡା ଦାବି କରିଥିଲେ, ଜଣେ ଦେବତା ତାଙ୍କ ସ୍ଵପ୍ନରେ ଆସିଥିଲେ, ଏବଂ ତାଙ୍କୁ ରାଧାଙ୍କ ଅବତାର 'ଦ୍ଵିତୀୟ ରାଧା' ବୋଲି କହିଥିଲେ । ଏହାପରେ ପରେ ୧୯୯୧ରୁ ୨୦୦୫ ମସିହା ଭିତରେ ସେ ନିଜକୁ ସମ୍ପୁର୍ଣ୍ଣ ମହିଳା ଏବଂ ରାଧାଙ୍କ ଦ୍ଵିତୀୟ ଅବତାର ବୋଲି କହିଥିଲେ । ପଣ୍ଡା ମହିଳାଙ୍କ ପରି ପୋଷାକ ପିନ୍ଧୁଥିଲେ , ମେକଅପ ନେଉଥିଲେ ଗହଣା ପିନ୍ଧି ମଧ୍ୟ ଅଫିସ ଆସୁଥିଲେ । ଧିରେଧିରେ ସେ ନିଜର ପୋଲିସ ପୋଷାକ ବଦଳାଇ ସାଲୱାର କମିଜ ପିନ୍ଧି ହାତରେ ମେହେନ୍ଦୀ କରି ଡ୍ୟୁଟି ସମୟରେ ଆସୁଥିଲେ ଅଫିସ ।

ଦିନକୁ ଦିନ ତାଙ୍କର କୃଷ୍ଣଙ୍କ ପ୍ରତି ଭକ୍ତି ବଢିବାକୁ ଲାଗିଲା । ଏବଂ ସେ ନିଜ ୟୁନିଫର୍ମ ନପିନ୍ଧି ସାଲୱାର ଜୁଏଲରୀରେ ଅଫିସ ଆସିବାକୁ ଲାଗିଲେ । ଏହାକୁ ଦେଖି ଅନ୍ୟ ପୋଲିସ ଅଫିସର ମାନେ ମଧ୍ୟ ରାଧା ଆସିଲେ ବୋଲି କହି ତାଙ୍କୁ ଚିଡେଇବାକୁ ଲାଗିଲେ । ପୋଲିସ କର୍ତ୍ତୃପକ୍ଷ ପକ୍ଷରୁ ତାଙ୍କୁ ଏପରି ନଆସିବାକୁ ଅନେକଥର ଚେତାବନୀ ଦିଆଗଲା । କିନ୍ତୁ ସେ ମାନିନଥିଲେ । ତେବେ ୨୦୦୭ରେ ତାଙ୍କର ଅବସର ନେବାର ସମୟ ଥିଲେ ମଧ୍ୟ ଉଚ୍ଚ କତ୍ତୃପକ୍ଷ ପକ୍ଷରୁ ତାଙ୍କୁ ଇଚ୍ଛାକୃତ ଭାବେ ୨୦୦୫ରେ ଅବସର ଦିଆଯାଇଥିଲା ।
୨୦୨୪ରେ ତାଙ୍କ ସହ ୩୮୧ କୋଟି ଟଙ୍କାର ଠକେଇ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Post a Comment (0)
Previous Post Next Post