Highlights
ଆଜି ଥିଲା ସେହି ଦିନ, ୨୪ ବର୍ଷର ମହାଦ୍ରୁମକୁ ଓପାଡି ବିଜେପି ଛଡାଇ ନେଇଥିଲା କ୍ଷମତା
ବର୍ଷେ ପରେ କଣ ରହିଛି ସ୍ଥିତି ?
ଡବଲ ଇଞ୍ଜିନ ସରକାରର ଦବଦବାକୁ ସମାଲୋଚନା କରିବା ପାଇଁ ନୈତିକ ଅଧିକାର
ନା ରାଜନୈତିକ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ବିଜେଡି ?
ଲଗାତର ୪ଟି ନିର୍ବାଚନରେ ନିମ୍ମଗାମୀ ପରେ କଂଗ୍ରେସ ଟେକି ପାରିବ କି ମୁଣ୍ଡ ?
ବିଜେପିର ବଡ଼ ବିଜୟକୁ ପୁରିଲା ବର୍ଷେ । ଜୁନ ୪୨୦୨୪, ସାଧାରଣ ନିର୍ବାଚନ ଭୋଟ ଗଣତି ସରିଲା ବେଳକୁ, ଗାଦିଚ୍ୟୁତ ହୋଇସାରିଥିଲା ୨୪ ବର୍ଷର ବିଜେଡ଼ି ସରକାର ।
ସେଦିନ ଥିଲା ଐତିହାସିକ ପଟ୍ଟ ପରିବର୍ତ୍ତନର ଦିନ । ନବୀନ ଯୁଗର ହୋଇଥିଲା ଅନ୍ତ । ସ୍ପଷ୍ଟ ବହୁମତ ସହ ବିଜେପିକୁ ମିଳିଥିଲା ସରକାର ଗଠନର ଅଧିକାର । ବିଧାନସଭାରେ ୭୮ ଆସନ ଓ ଲୋକସଭାରେ କେବଳ ଗୋଟିଏ ଆସନକୁ ଛାଡ଼ି ୨୦ ଆସନ ପୋଛି ନେଲା ବିଜେପି । ସତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକଳନ ।ଓଡ଼ିଶାରେ ହେଲା ଡବଲ ଇଞ୍ଜିନ ସରକାର । ଏକାକୀ ସରକାର କଲା ବିଜେପି । ଜୁନ ୧୨ରେ ଶପଥ ନେଇଥିଲେ ନବ ନିର୍ବାଚିତ ବିଜେପି ସରକାରର ମନ୍ତ୍ରୀ ମଣ୍ଡଳ । ଆଉ ୮ ଦିନ ପରେ ସରକାର ପାଲିବ ବର୍ଷ ପୂର୍ତ୍ତି ଉତ୍ସବ । ଲୋକଙ୍କୁ ବର୍ଷକ କାମର ହିସାବ ଦେବ ନୂଆ ବିଜେପି ସରକାର ।
ସେପଟେ ସରକାର ବିରୋଧୀ ଅଣ୍ଡର କରେଣ୍ଟକୁ ଅନୁଭବ କରିପାରନଥିଲା ବିଜେଡ଼ି । ହୁଏତ ୨୪ ବର୍ଷର ନିରଙ୍କୁଶ କ୍ଷମତା ବିଜେଡ଼ି ଆଗରେ ହାରିବାର ଆଶଙ୍କା କେବେ ଛିଡ଼ା ହିଁ କରିନଥିଲା । ହେଲେ ସବୁ କଳ୍ପନାଜଳ୍ପନାକୁ ଏଡାଇ ଦେଇ ଶାସନ ଗାଦିରୁ ବିଜେଡିକୁ ଓପାଡ଼ି ଫୋପାଡ଼ି ଥିଲେ ଓଡ଼ିଶାବାସୀ । ଏପରିକି ନବୀନ ବି ପ୍ରଥମ ଥର ପାଇଁ ହାରିବାର ସ୍ଵାଦ ଚାଖିଥିଲେ । ନବୀନ, ପାଣ୍ଡିଆନ ଯୋଡ଼ିକୁ ପ୍ରତ୍ୟାଖାନ କରିଥିଲେ ଜନତା ।
୧୦୦ ପାର ଆସନ ଜିତୁଥିବା ଦଳ ଅଧା ଅର୍ଥାତ ବିଧାନସଭାରେ ୫୧କୁ ଖସିଆସିଲା । ଆଉ ଲୋକସଭାରେ ତ ପୁରା ସଫା ହୋଇଗଲା ଶଙ୍ଖ ଚିହ୍ନ । କିନ୍ତୁ ପରାଜୟର କଟୁ ସତ୍ୟକୁ ଏବେ ବି ବିଶ୍ୱାସ କହିପାରୁନି ବିଜେଡ଼ି । ମୁଖ୍ୟ ବିରୋଧୀ ଦଳ ଭାବେ ନୈତିକ ଦାୟିତ୍ଵ ପାଳନ କରିବେ ନା କେବଳ ବିଜେପିକୁ ସମାଲୋଚନା କରି ନିଜ ଅସ୍ତିତ୍ଵ ରକ୍ଷା କରିବେ ତାକୁ ନେଇ ଦ୍ବନ୍ଦରେ ବିଜେଡ଼ି ନେତା । କାରଣ ଶାସନ କ୍ଷମତା ଗଲା ପରେ ଏବେ ବିଜେଡିରେ ଫାଳ ଫାଳ ସ୍ଥିତି ।
ଅନ୍ୟପଟେ ବିଜେଡ଼ି ଓ ବିଜେପି ଲଢେଇ ଭିତରେ କଂଗ୍ରେସକୁ ସିଟରେ କିଛିଟା ଲାଭ ମିଳିଥିଲେ ଭୋଟ ପ୍ରତିଶତ କିନ୍ତୁ ତିନି ପ୍ରତିଶତ କମିଯାଇଥିଲା। ୨୦୦୯ରେ ୨୯ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସର ଭୋଟ ହାର ୧୩. ୨୬ କୁ ଖସିଆସିଥିଲା