ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

 Highlights

ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼

ଚାଲିଛି ନବ ଯୌବନ ଦର୍ଶନ

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତା' ପୂର୍ବରୁ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ । ଦୀର୍ଘ ୧୫ ଦିନର ପ୍ରତୀକ୍ଷା ପରେ ମହାପ୍ରଭୁଙ୍କ କଳା ଶ୍ରୀମୁଖ ଦର୍ଶନ କରି ଭାବବିହ୍ବଳ ଭକ୍ତ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ ଦର୍ଶନ ହୋଇଥିବାବେଳେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଛି ସର୍ବସାଧାରଣ ଦର୍ଶନ ।

୧୦ଟା ୩୦ ପରେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଆରମ୍ଭ ହେବ । ସେଥିପାଇଁ ୧୦ଟା ୩୦ ପରେ ଆଉ ଦର୍ଶନ ମିଳିବ ନାହିଁ ।



ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଅପରାହ୍ନରେ ରଥ ଆଜ୍ଞାମାଳ ବିଜେ । ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣା ହେବ ତିନିରଥ । ପରେ ଅନ୍ୟାନ୍ୟ ନୀତିବଢି ବଡସିଂହାର ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ । ଶୃଙ୍ଖଳିତ ରଥଯାତ୍ରା ପାଇଁ ରଥ, ପଥ, ଆଉ ଭକ୍ତ ମାନେ ମଧ୍ୟ ପ୍ରସ୍ତୁତ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ । ଆଜିଠାରୁ ଲାଗୁ ଟ୍ରାଫିକ କଟକଣା ।

Post a Comment (0)
Previous Post Next Post