ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

Highlights

ଯାତ୍ରୀବାହି ବସରେ ଗଞ୍ଜେଇ ଚାଲାଣ

ମାଡି ବସିଲା ଅବକାରୀ ପୋଲିସ

୮ କେଜି ଗଞ୍ଜେଇ ଜବତ

ଯାତ୍ରୀବାହି ବସରେ ଗଞ୍ଜେଇ ଚାଲାଣ । ମାଡି ବସିଲା ଅବକାରୀ ପୋଲିସ l ଗାଡି ଡିକିରୁ ବାହାରିଲା କିଲୋ କିଲୋ ଗଞ୍ଜେଇ । ବୌଦ୍ଧ ଅବକାରୀ ଏସପି ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ଅବକାରୀ ଟିମ୍ ବଦଳା ଛକ ନିକଟରେ ଯାତ୍ରୀବାହି ବସରେ ଗଂଜେଇ କାରବାର ନେଇ ଜଗି ରହିଥିଲେ l କୁସଙ୍ଗ ଠାରୁ ଭୁବନେଶ୍ୱର ଯାଉଥିବାବେଳେ ବସକୁ ବଦଲା ଛକ ନିକଟରେ ଅଟକାଇ ଯାଞ୍ଚ ପରେ ଗାଡି ଡ଼ିକିରୁ ପେଟି ଭିତରେ ୮ କେଜି ଗଞ୍ଜେଇ ଜବତ ହୋଇଛି । ବସ କଣ୍ଡକ୍ଟର ଲକ୍ଷ୍ମୀଧର ଜଗସେଠୀ ଏବଂ ହେଲ୍ପର ବାବୁଲି ମେଣ୍ଡୁଳିଙ୍କୁ ଗିରଫ କରିଛି ଅବକାରୀ ଟିମ୍ ।  


ଉଭୟ ନୟାଗଡ଼ ଜିଲ୍ଲାର । ପୂର୍ବରୁ ମଧ୍ୟ ଏହି ବସରେ ରାଜଧାନୀକୁ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ରହିଥିଲା l ହରଭଙ୍ଗା ଅବକାରୀ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଅବକାରୀ ଅଧିକାରୀ ରବିନ୍ଦ୍ର ନାଥ ପ୍ରଧାନ ସୂଚନା ଦେଇଛନ୍ତି l











Post a Comment (0)
Previous Post Next Post