Weather Update; 27 ଯାଏଁ ପ୍ରବଳ ବର୍ଷା

 Highlights

ରାଜଧାନୀରେ ବର୍ଷା

୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ

25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି

ରବିବାର ରାତିରୁ ରାଜଧାନୀରେ ବର୍ଷା ଲାଗି ରହିଛି । ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ 27 ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ନେଇ ଆଲର୍ଟ ଜାରି ହୋଇଥିଲା ।୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଭାରି ବର୍ଷା ବା ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୪୫ କିମିରୁ ୫୫ କିମି ବେଗରେ ପବନ ବ‌ହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ I ତେବେ ସାରା ଓଡିଶାରେ ଆହୁରି 5 ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିବ । 


ରାଜ୍ୟର କିଛି ଜିଲ୍ଲା କୁ 25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । 25 ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା । ତେବେ ଆଉ ଅନ୍ୟ ଜିଲ୍ଲା ମାନଙ୍କରେ ବି ପ୍ରବଳ ବର୍ଷା ନେଇ ସତର୍କ କରିଛି ବିଭାଗ ।

Post a Comment (0)
Previous Post Next Post