Viral video: ଅମାନିଆଙ୍କୁ ସଚେତନ କଲେ ଓଲିଉଡ ସୁପରଷ୍ଟାର୍‌ ସିଦ୍ଧାନ୍ତ

 Highlights

ରିଅଲ ଟ୍ରାଫିକ୍‌ ପୋଲିସ ସାଜି ଅମାନିଆଙ୍କୁ ସଚେତନ କଲେ ଓଲିଉଡ ସୁପରଷ୍ଟାର୍‌

ହେଲମେଟ୍‌ ପିନ୍ଧିବା ଓ ଦ୍ରୁତଗତିରେ ଗାଡି ନ ଚଳାଇବା ପାଇଁ ସଚେତନ କଲେ ଓଲିଉଡ ସୁପରଷ୍ଟାର୍‌ ଥବିଧାୟକ


ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ କିଛି ନା କିଛି ଭାଇରାଲ ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଯାହା ସମସ୍ତଙ୍କୁ ଏକ ଉଚିତ୍ ଶିକ୍ଷା ଦେବ । ରାସ୍ତାରେ ଗାଡି ଧରି ଗଲା ବେଳେ ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି ଆଉ ଏହି ଭୁଲକୁ ଧରିବାକୁ ଜଗିବସିଥାଏ ଟ୍ରଫିକ୍ ପୋଲିସ ।

ଟ୍ରାଫିକ୍‌ ପୋଲିସ ଭଳି ଧଳା ସାର୍ଟ, ନୀଳ ପ୍ୟାଣ୍ଟ ସାଙ୍ଗକୁ ମୁଣ୍ଡରେ ଧଳା ଟୋପି ପିନ୍ଧିଥିଲେ ଓଲିଉଡ ସୁପରଷ୍ଟାର୍‌ ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର । ରାଜଧାନୀ ରାଜରାସ୍ତାରେ ସଡ଼କ ସୁରକ୍ଷାକୁ ନେଇ ଏକ ପ୍ରମୋ ଭିଡିଓ ସୁଟିଂରେ ବ୍ୟସ୍ତ ଥିଲେ । ଠିକ୍ ଏତିକିବେଳେ ୨ଜଣ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ରେ ଯାଉଥିବା ତାଙ୍କ ନଜରରେ ପଡିଥିଲା ।


ସେ ସଙ୍ଗେ ସଙ୍ଗେ ରିଅଲ ଟ୍ରାଫିକ୍‌ ପୋଲିସ ସାଜି ଦୁଇ ଅମାନିଆଙ୍କୁ ରାସ୍ତାରେ ଅଟକାଇଥିଲେ ଆଉ ହେଲମେଟ୍‌ ପିନ୍ଧିବା ଓ ଦ୍ରୁତଗତିରେ ଗାଡି ନ ଚଳାଇବା ପାଇଁ ସଚେତନ କରାଇଲେ । ଏହିଭଳି ସିଦ୍ଧାନ୍ତ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଧାୟକଙ୍କୁ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି । କିଛି ଦିନ ତଳେ ନାନା ସଚେତନମୂଳକ ବାର୍ତ୍ତା ବଖାଣି ଗାଡିଚାଳକଙ୍କୁ ସଚେତନ କରାଇଥିଲେ । ଏବେ ଏସ୍‌ଟିଏ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ଏକ ପ୍ରମୋ ଭିଡିଓ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଭୁବନେଶ୍ୱର ଇନ୍‌ଫୋସିଟି ଛକ ରାସ୍ତାରେ ରବିବାର ପୂର୍ବାହ୍ମରେ ସୁଟିଂ ଚାଲିଥିଲା ।

ସେ ସୁଟିଂ ଛାଡ଼ି ସେମାନଙ୍କୁ ରାସ୍ତାରେ ଅଟକାଇ ହେଲମେଟ୍‌ ପିନ୍ଧିବାକୁ ବୁଝାଉଥିଲେ । ଆଉ ପରେ ଦୁଇ ଜଣଙ୍କ ସହ ସେଲ୍ଫି ବି ନେଇଥିଲେ। କେହି ଜଣେ ଏହାକୁ ନିଜ ମୋବାଇଲ୍‌ରେ ରେକର୍ଡିଂ କରିନେଇଥିଲେ । ଯାହାକି ଏବେ ଫେସ୍‌ବୁକ୍‌, ଏକ୍ସରେ ଭାଇରାଲ୍‌ ହେଉଛି ।

Post a Comment (0)
Previous Post Next Post