ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

 ଅର୍ଗସ ବ୍ୟୁରୋ : ସ୍କୁଲ ଛାତରୁ ପଡି ୧୦ମ ଶ୍ରେଣୀ ଛାତ୍ରୀ ଗୁରୁତର । ଛାତ୍ରୀ ଜଣକ ହେଲେ ଆରାଧନା ମିଶ୍ର । କ୍ଲାସ ଚାଲି ଥିବା ସମୟରେ ହଠାତ ବାହାରକୁ ଯିବା ପରେ ସେ ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବାରିଝୋଲା ନିକଟରେ ଥିବା ଶ୍ରୀ ଚୈତନ୍ୟ ସ୍କୁଲରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  । ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବରୁ ତାଙ୍କୁ ବିଶାଖାପାଟଣାକୁ  ପଠାଯାଇଛି । ତାହାର କିଛି ସମୟ ପରେ ଉକ୍ତ କଲେଜର ୧୧ ଛାତ୍ର ଛାତ୍ରୀ ମୂର୍ଚ୍ଛା ଯାଇ ମେଡିକଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ନେଇ କଲେଜର ପ୍ରିନ୍ସପାଲ ପ୍ରତିକ୍ରିୟା ରଖି କହିଛନ୍ତି କି ୧୦ମ ଶ୍ରେଣୀ ଛାତ୍ରୀଙ୍କ ଛାତରୁ ପଡିବା ପରେ ସମସ୍ତେ ଡରି ଯାଇଥିଲେ ଫଳରେ ଏପରି ହୋଇଛି । 

Post a Comment (0)
Previous Post Next Post