ଦିନକର ବିରତି ପରେ 2 ରୁ 4 ଡିଗ୍ରୀ ବଢିବ ଦିନ ତାପମାତ୍ରା

 ଭୁବନେଶ୍ୱର: ଦିନକର ବିରତି ପରେ ବଢିବ ତାତି । ଗତକାଲି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ତେବେ ବଢିବ ପାରଦ । ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ 2 ରୁ 4 ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । 



ସେପଟେ ଆସନ୍ତାକାଲିଠୁ 4 ତାରିଖ ଯାଏଁ ରାଜ୍ୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ଥିତି ରହିବା ସହ କିଛି ଜିଲ୍ଲାରେ ଉଷ୍ମ ରାତି ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ୟେଲୋ ଚେତାବନୀ ଜାରି କରାଯାଇଛି । 

ଆସନ୍ତା 4 ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ପିକ୍ ଆଓ୍ବାରରେ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ କେନ୍ଦ୍ର । ଉପକୂଳ ଓଡିଶାରେ ତାତି ସହ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳି । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post