ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 ଅର୍ଗସ ବ୍ୟୁରୋ :  ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରତ୍ୟେକ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସମୃଦ୍ଧି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଓଡିଶା ତାର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ତାର ସଂସ୍କୃତି, ଐତିହ୍ୟ ପାଇଁ ଖୁବ ପରିଚିତ । ଯେକୌଣସି ବି ପରିସ୍ଥିତି ହେଉନା କାହିଁକି ସବୁ ପରିସ୍ଥିତିର ସାମ୍ନା କରିବା ସହ ଦେଶର ବିକାଶରେ ଖୁବ ବଡ ଅବଦାନ ଓଡିଶାର ରହିଛି । ଅନେକ ଆଧୁନିକ ନିର୍ମାତା ଓଡିଶାରୁ ଜନ୍ମ ହେଇଛନ୍ତି । ଓଡିଶାର ଆହୁରି ସଫଳତା ପାଇଁ ସେଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।



ଅଧିକ ପଢନ୍ତୁ : କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...

ଆଜି ଉତ୍କଳ ଦିବସକୁ ପୁରିଛି ୮୮ ବର୍ଷ । ୧୯୩୬ ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ନିଜକୁ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ । ଯେଉଁ ଦିନ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି । 

Post a Comment (0)
Previous Post Next Post