21 ଦିନ ପରେ ଦିଲ୍ଲୀରୁ କଏଦୀକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ୍

 ଅର୍ଗସ ବ୍ୟୁରୋ:  ଟିଟିଲାଗଡ଼ ଜେଲରୁ ୨ ବିଚାରାଧୀନ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ଘଟଣା । 21 ଦିନ ପରେ ଦିଲ୍ଲୀରୁ କଏଦୀ ସୁମିତ ବିହାରୀକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ୍ । ଅନ୍ୟ ଜଣେ କଏଦୀ ଶୋଭାବନ ରଣାର ଏବେ ସୁଦ୍ଧା ଟେର୍ ପାଉନି ପୋଲିସ୍ । ତେବେ ଜେଲରୁ କଏଦୀ ଫେରାର ହୋଇ ଦିଲ୍ଲୀ ଗଲେ କିଭଳି ? । କେମିତି ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ଜାଣିପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ଘଟଣାରେ ଦୁଇ ଜେଲ ୱାଡେନ ଦାନୀ ଦୋରା ଓ ସଂଗୀତା ଗିରୀ ନିଲମ୍ବିତ ହୋଇଛନ୍ତି । ଗତ 9 ତାରିଖ ଶନିବାର ରାତ୍ରୀରେ ଜେଲ ପାଚେରୀ ଡେଇଁ କଏଦୀ ଶୋଭାବନ ରଣା ଓ ସୁମିତ ବିହାରୀ ଫେରାର୍ ହୋଇଯାଇଥିଲେ । ସିନ୍ଧେକେଲା ଶିଶୁ ବଳି ଘଟଣାର ଅଭିଯୁକ୍ତ ହେଉଛନ୍ତି ଏହି ଦୁଇ କଏଦୀ ।



ଜେଲ ଅଧିକ୍ଷକ ଚିତ୍ତରଞ୍ଜନ ସାହୁ ତଥା ଜେଲ କର୍ମଚାରୀଙ୍କ ସହ ଉଭୟ କଏଦୀଙ୍କ ଫଟୋ ଭାଇରଲ ହୋଇଥିଲା । ଜେଲ ପାଚେରୀ ବାହାରେ ଥିବା ହନୁମାନ ମନ୍ଦିରରେ ଭୋଜିଭାତ ଚାଲୁଥିଲା । ଉଭୟ କଏଦୀ ଜେଲ କର୍ମଚାରୀଙ୍କ ପରିବାରଙ୍କୁ ଖାଦ୍ୟ ବାଢିଥିଲେ । ଏଥିରୁ ଉଭୟ କଏଦୀ ଜେଲରଙ୍କ କେତେ ଘନିଷ୍ଠ ଥିଲେ ଏଥିରୁ ପ୍ରମାଣିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post