ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ

 ଅର୍ଗସ ବ୍ୟୁରୋ:  ପେଟ୍ରୋଲିଂ ବେଳେ ଶିମିଳିପାଳ ଜଙ୍ଗଲରୁ 9 ଶିକାରୀ ଗିରଫ । ବନ୍ଧୁକ ସହ ଶିକାରୀଙ୍କୁ ବାନ୍ଧିଛି ସ୍ପେଶାଲ ଟାଇଗର ରିଜର୍ଭ ଫୋର୍ସ । ସେମାନଙ୍କଠାରୁ 30 କେଜି ସମ୍ବର ମାଂସ ଜବତ ହୋଇଛି । ଶିକାର ପାଇଁ ରାତି ଅଧରେ ଜଙ୍ଗଲରେ ପଶିଥିଲେ 40 ଶିକାରୀ । 9 ଜଣ କାବୁ ହୋଇଥିବାବେଳେ ଅନ୍ୟ ମାନେ ଖସି ପଳାଇଥିବା ସୂଚନା ରହିଛି । ତେବେ ଏହି 40 ଜଣ ଉଦଳା କୁନ୍ଦବାଇ ପଞ୍ଚାୟତର ତଳଦିହା, ଜମଡିହ ଓ ପାଟ୍ଟଶାଣିପୁର ପଞ୍ଚାୟତର ଖାଲିଡିହି ଅଞ୍ଚଳର ବୋଲି ଜଣାପଡିଛି । ଖସି ପଳାଇଥିବା ଶିକାରୀଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଛି ।



ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post