50ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଧାମରା ଯାଉଥିଲା ବସ୍ , ହେଲେ...

 ବାଲେଶ୍ୱର:  ଟଳିଗଲା ବଡ ଦୁର୍ଘଟଣା । ଚଳନ୍ତା ବସରୁ ବାହାରିଗଲା ଚକ । ସୋର ଥାନା ବିଦୁ ଓଭର ବ୍ରିଜ ନିକଟରେ ବାଲେଶ୍ୱରରୁ ଧାମରା ଯାଉଥିବା ଝାଡ଼େଶ୍ୱର ବସରୁ ବାହାରିଗଲା ପଛ ଛକା । ଅଳ୍ପକେ ବର୍ତିଲେ 50ରୁ ଉର୍ଦ୍ଧ୍ୱ ଯାତ୍ରୀ । ବାଲେଶ୍ୱରରୁ ଧାମରା ଯାଉଥିବା ଝଡ଼େଶ୍ୱରୀ ବସ୍ ବାହାନଗା ବ୍ଲକ ବିଦୁ ନିକଟରେ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।

ବସର ଡାହାଣ ପାଖର ଦୁଇଟି ପଛ ଚକାରୁ ଗୋଟିଏ ସମ୍ପୂର୍ଣ୍ଣ ବାହାରି ବହୁ ଦୂରରେ ପଡି ଥିବାବେଳେ ଅନ୍ୟ ଗୋଟିଏ ଚକାରେ ଗୋଟିଏ ବୋଲ୍ଟ ଲାଗି ରହିଥିଲା । ଗାଡିଟି ଦ୍ରୁତଗାମୀ ଥିବାବେଳେ ବହୁ ଜୋରରେ ଥରି ଉଠିଥିଲା । ଡ୍ରାଇଭର ଅତି ଚତୁରତା ସହ ଗାଡିଟିକୁ ଅଟକାଇ ଥିଲେ । ଫଳରେ ବସରେ ଥିବା ଯାତ୍ରୀମାନେ ଅନ୍ୟ ବସ ଓ ଅଟୋ ଯୋଗେ ଯାଇଥିବାବେଳେ ଏବେ ଅନେକ ରାସ୍ତା କଡରେ ବସି ରହିଛନ୍ତି । ଏନେଇ ଯାତ୍ରୀ ଖୁବ ଭୟବିତ ହୋଇପଡିଥିବା କହିଛନ୍ତି ।  

Post a Comment (0)
Previous Post Next Post