ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ମିଳିତରେ ଆରମ୍ଭ ହବ କମ୍ୱିଂ ଅପରେସନ

 ଅର୍ଗସ ବ୍ୟୁରୋ : ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ହେବା ପରେ ବନ ବିଭାଗର କଡ଼ା ଆଭିମୁଖ୍ୟ । ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ ଆରମ୍ଭ ହେବ କମ୍ବିଂ ଅପରେସନ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତା କାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ ।  

ଶିକାରୀଙ୍କୁ ପିସିସିଏଫଙ୍କ ଚେତାବନୀ, ଚୋରା ବନ୍ଧୁକ ରଖିଥିଲେ ତୁରନ୍ତ ସରେଣ୍ଡର କର ନ ଚେତ କାହାରିକୁ ଛଡାଯିବନି । ଶିକାରୀ ଗୁଳିରେ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ଦୁଇ ବନ କର୍ମଚାରୀ ବିପଦମୁକ୍ତ ଅଛନ୍ତି ବୋଲି କହିଛନ୍ତି ପିସିସିଏଫ୍ । ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଦୁଇଜଣ ସବୁଜବାହିନୀ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ, ବାଲେଶ୍ବର କୁଲଡିଡା ଅଭୟାରଣ୍ୟରେ ଫୁଟିଲା ଶିକାରୀଙ୍କ ଗୁଳି । ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଦୁଇଜଣ ସବୁଜବାହିନୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମଙ୍କ ସହିତ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ସବୁଜ ବାହୀନିଙ୍କୁ ଟାର୍ଗେଟ୍ କରିଥିଲେ । 

ଅଧିକ ପଢନ୍ତୁ : ରାତିରେ ପାଟ୍ରୋଲିଂବେଳେ ଦୁଇ ଜଣ ସବୁଜବାହିନୀ ଆହତ

ଦୁଇ ସବୁଜ ବାହିନୀ ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ଫରେଷ୍ଟର ଜଣଙ୍କ ଅଲ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାକୁ ନେଇ ବାଲେଶ୍ବର ଡିଏଫଓ, ଏସିଏଫଓ ତଦନ୍ତ କରୁଛନ୍ତି । ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।  ହାତୀ ଶିକାର ପାଇଁ ଶିକାରୀମାନେ ସବୁଜ ବାହିନୀକୁ ଟାର୍ଗେଟ୍ କରିଥିବା ସୂଚନା ମିଳିଛି । ଗତ ଜୁନ ମାସରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ବନ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ସହ ପାଟ୍ରୋଲିଂ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Post a Comment (0)
Previous Post Next Post