ବୁଲିଲା ଖଣ୍ଡା, ଗୁରୁତର ହେଲା ସାନ ଭାଇ

 ଅର୍ଗସ ବ୍ୟୁରୋ : ଲୋନ ଟଙ୍କାକୁ ନେଇ ଗଣ୍ଡଗୋଳ । ବୁଲିଲା ଖଣ୍ଡା । ଗୁରୁତର ହେଲେ ସାନ ଭାଇ । ଦିନକୁ ଦିନ ଭଦ୍ରକ ଜିଲ୍ଳାରେ ବଢୁଛି ଗଣ୍ଡଗୋଳ । ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ପାଇମହୁରା ଗ୍ରାମର ବାପା ସନାତନ ଜେନା ୨୦ ହଜାର ଟଙ୍କା ଲୋନ କରିଥିଲେ । ସେହି ଲୋନ ଟଙ୍କାକୁ ସୁଝିବା ପାଇଁ ଦୁଇ ପୁଅଙ୍କ ଘରକୁ  ବ୍ୟାଙ୍କ କର୍ମଚାରୀ ଯାଇଥିଲେ ।

 ସେହି ଲୋନ ଟଙ୍କାକୁ ନେଇ ବଡ଼ ଭାଇ ରମାକାନ୍ତ ଜେନା ସାନ ଭାଇ ଓ ତାଙ୍କ ପୁଅଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ସାନ ଭାଇ ଦିବାକର ଜେନାଙ୍କର ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା । ଯାହା ଫଳରେ ଦିବାକର ଜେନା ଗୁରୁତର ହେବା ସହ ତାଙ୍କ ସ୍ତ୍ରୀ ଭାବାମଣୀ ଜେନାଙ୍କ ଡାହାଣ ହାତରେ ୩ଟି ଆଁଗୁଳିକୁ ମଧ୍ୟ କାଟି ଦେଇଥିଲେ । ଫଳରେ ସ୍ତ୍ରୀ ଭାବାମଣୀ ଜେନା ଆହତ ହୋଇ ପଡ଼ିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ପୁଅ ତୁଷାରକାନ୍ତି ଜେନା ଓ ଝିଅ ପୁଷ୍ପଲତା ଜେନା ମଧ୍ୟ ନିସ୍ତୁକ ମାଡ଼ ମାରିଥିବାରୁ ସେମାନେ ବି ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ତାଙ୍କ ପରିବାର ଲୋକ ମାନେ ଧାମନଗର ଥାନାରେ ଅଭିଯୋଗ କରିନାହାନ୍ତି । ତେବେ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦିବାକରଙ୍କ ସ୍ତ୍ରୀ ଦାବି କରିଛନ୍ତି ।

Post a Comment (0)
Previous Post Next Post