ରାତିରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

 ସୁନ୍ଦରଗଡ:  ରାତିରେ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖୁଛି ବନ ବିଭାଗର ଡ୍ରୋନ କ୍ୟାମେରା। ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ପ୍ରାଣହାନି ହେଉଥିବା ସହ ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି । 

ରାତ୍ରୀ ସମୟରେ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହଁଆ ହେଉଥିବା ରୁ ଏହାକୁ ଆଖି ଆଗରେ ରଖି କୋଇଡା  ବନାଞ୍ଚଳ ତରଫରୁ ରାତ୍ରୀ ସମୟରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ହାତୀ ଜଙ୍ଗଲ ଛାଡି ଗାଁ ମୁହଁଆ ହେବା ସମୟରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ସ୍କୋର୍ଡ ହାତୀର ଗତିବିଧି ଦେଖି ହାତୀପଲ ଙ୍କୁ ଜଙ୍ଗଲ ମଧ୍ୟକୁ ପୁନର୍ବାର ଘଉଡାଇବାରେ ସଫଳ ହେଉଛି ବନ ବିଭାଗ । ଏହା ସହିତ କୋଇଡା ବନାଞ୍ଚଳରେ ଗୋଟିଏ ମାସରେ ଦୁଇଟି ହାତୀ ଶାବକ ମୃତ୍ୟୁ ହେବା ପରେ ବର୍ତ୍ତମାନ ହାତୀ ଶାବକ ମାନଙ୍କରେ ନଜର ରଖୁଛି ଡ୍ରୋନ କ୍ୟାମେରା । 

Post a Comment (0)
Previous Post Next Post