ମୁର୍ମୁଷ ଅବସ୍ଥାର ଭିଡ଼ିଓ ଦେଖି ସାଇବର ଥାନାରେ ଅଭିଯୋଗ କଲେ ପରିବାର ଲୋକେ

 ଅର୍ଗସ ବ୍ୟୁରୋ : ୟୁଟ୍ୟୁବରୁ ନିଖୋଜ ଭାଇର ଖବର ପାଇଲେ ବଡଭାଇ । ମୁର୍ମୁଷ ଅବସ୍ଥାର ଭିଡ଼ିଓ ଦେଖି ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ କଟକ ଜିଲ୍ଲା ବାରଙ୍ଗ ଥାନା ରତାଗଡ଼ ନୁଆସାହି ଗ୍ରାମର ସୋମନାଥ ରାଉଳ ନିଖୋଜ ଥିଲେ । 


ଅଧିକ ପଢନ୍ତୁ ଓଡ଼ିଶା ଖବର

ଏନେଇ ପରିବାର ଲୋକେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଗତ ମଙ୍ଗଳବାର ସୋମନାଥଙ୍କ ବଡ ଭାଉଜ ସରସ୍ବତୀ ରାଉଳ ଏକ ୟୁଟ୍ୟୁବରୁ ସୋମନାଥଙ୍କୁ ଏକ ପରିତ୍ୟକ୍ତ ପିଚୁ ଡ୍ରମ ମଧ୍ୟରେ ହାତ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସରସ୍ବତୀ ସୋମନାଥଙ୍କୁ ଚିହ୍ନି ପାରି ତାଙ୍କ ସ୍ବାମୀ କାଳନ୍ଦୀ ରାଉଳଙ୍କୁ କହିଥିଲେ । ଏନେଇ କାଳନ୍ଦୀ ସାନ ଭାଇ ସୋମନାଥଙ୍କୁ ଚିହିଁ ପାରି ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି । 

Post a Comment (0)
Previous Post Next Post