ଅର୍ଗସ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ଚର୍ଚ୍ଚା ବି ଜୋର ଧରିଛି । ହେଲେ ଟିକଟ କାହାକୁ ମିଳିବ ସେନେଇ ଅଙ୍କ କଷୁଛନ୍ତି ନେତା । ଅବଶ୍ୟ ଭାଗଫଳ ଛିଣ୍ଡୁନି କିନ୍ତୁ ଚର୍ଚ୍ଚା ଥମୁନି । ଖାସ୍ କରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନିର୍ବାଚନମଣ୍ଡଳି ହେଉଛି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ । ଏବେ ଏହି ନିର୍ବାଚନରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଉଗ୍ରରୂପ ନେଇଛି । ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଓ ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ଏହି ଦୁହେଁ ଯୁବନେତା ଶାସକ ଦଳ ଟିକେଟରୁ ପାଟକୁରା ବିଧାନସଭାରୁ ଲଢ଼ିବେ ବୋଲି ଦୁହେଁ ନିଜ ନିଜର ଶକ୍ତି ପଦର୍ଶନ କରୁଛନ୍ତି ।
ଏବଂ ବିଜେଡି କର୍ମୀ ମାନେ କାହା ସପକ୍ଷରେ ଯିବେ ବୋଲି ନିଜନିଜର ମତ ପ୍ରକାଶ କଲେଣି । ଯାହାକୁ ନେଇ ଏବେ ପାଟକୁରା ବିଜେଡି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ସଞ୍ଜୟ ଅଗ୍ରୱାଲ ଓ ତାଙ୍କ ସମର୍ଥକ ମାନେ ଟିକେଟ ପାଇଁ ବେଶ ଆଶାବାଦି ଓ ତାଙ୍କ ପାଲା ଭାରି ବୋଲି ଜଣାପଡ଼ୁଛି ।
ଗୋଟିଏ ପଟେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସୁପୁତ୍ର ତଥା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ । ତାଙ୍କ ବାପା ଓ ମା ସାବିତ୍ରୀ ପାଟକୁରାରେ ବହୁ ବିକାଶ କରିଛନ୍ତି ଓ ଆହୁରି ବିକାଶ ପାଇଁ ସେ ଲୋକମାନଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ନିଜ ମତ ରଖିଛନ୍ତି ।
ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କ ବିଜେଡି ଯୋଗଦାନ ଦେବା ପରେ କହିଛନ୍ତି, ବାପା ଦେଖିଥିବା ସ୍ୱପ୍ନକୁ ସାକାର କରିବେ । ବାପାଙ୍କ ସମର୍ଥକ ମାନଙ୍କୁ ନେଇ ଶକ୍ତି ପଦର୍ଶନ କରିବା ସହ ଏଥର ନିର୍ବାଚନ ଲଢ଼ିବେ ବୋଲି ଆଶାବାଦୀ ମଧ୍ୟ ଅଛନ୍ତି । ତେବେ ଦେଖିବାକୁ ରହିଲା ବିଜେଡି କାହାକୁ ଟିକେଟ ପ୍ରଦାନ କରୁଛି । କିଏ ପାଟକୁରାରୁ ବିଧାନସଭାରୁ ନିର୍ବାଚନ ଲଢ଼ିବ ତାହା ଦେଖିବାକୁ ଅପେକ୍ଷା ରହିଲା ।
