ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଗୁମର । ସରକାରଙ୍କ ସବୁ ଟଙ୍କା ପାଣିରେ ପଡିଲା । ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଚି ପାଣିରେ କେମିତି ଭାସୁଛି ବିଜେଡ଼ି ଟଙ୍କା । ସରକାର ଆମ ଓଡ଼ିଶା ନବୀନ ଓଡ଼ିଶାରେ ନିର୍ମାଣ ହୋଇଥିଲା କମ୍ୟୁନିଟି ସେଣ୍ଟର । କିନ୍ତୁ ଚାରି ମାସରେ ଛାତରୁ ପଡ଼ିଲା ପାଣି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି ।
ଏ ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦିଗାଁ ପଞ୍ଚାୟତରେ । ସାଜି ପାଟଣା ଗାଁରେ, ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଅଢେଇ ଲକ୍ଷ ଟଙ୍କ ଅର୍ଥ ମଞ୍ଜୁର କରାଯାଇ ଏହି କମ୍ୟୁନିଟି ସେଣ୍ଟର କରାଯାଇଥିଲା । ଏଠି ପ୍ରଶ୍ନ ଉଠୁଛି, ସରକାର ଦେଇଥିବା ଟଙ୍କାକୁ କିଏ କଲା ଚଳୁ । କେତେ ବାଲିରେ କେତେ ସିମେଣ୍ଟ ଦେଲେ ନେତାଙ୍କ କର୍ମୀ । ଯାହା ଫଳରେ ୪ ମାସ ଭିତରେ ବେହାଲ ହେଲା କମ୍ୟୁନିଟି ସେଣ୍ଟର । ମାତ୍ରା ଚାରି ମାସ ଭିତରେ ଏହି କମ୍ୟୁନିଟି ସେଣ୍ଟର ଛାତରୁ ପାଣି ବୋହିଲା । ଯାହାକୁ ଗ୍ରାମବାସୀ ମାନେ ସରକାରଙ୍କ କାମ ନିନ୍ଦା କରିବା ସହ କମ୍ୟୁନିଟି ସେଣ୍ଟର ଭିଡ଼ିଓକୁ ଭାଇରାଲ କରିଛନ୍ତି ।
