ଅର୍ଗସ ବ୍ୟୁରୋ: ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ଓଡିଶାରେ ଏକାକୀ ଲଢିବ ବିଜେପି । ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ମନ ମୋହନ ସାମଲଙ୍କ ପ୍ରତିକ୍ରିୟା । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ । ‘ଏକ୍ସ’ ଜରିଆରେ ସ୍ପଷ୍ଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ଏହାସହ ସେ କହିଛନ୍ତି ଯାହାର ଧର୍ଯ୍ୟ ଅଛି ତାହାର ବିଜୟ ହେବ । ଯାହାର ଧର୍ଯ୍ୟ ନାହିଁ ସେ ପରାଜୟ ହେବ । ଆକାଶ କ୍ଲିୟର ହେଲାଣି । ଅମିତ ଶାହା ନିଷ୍ପତି ନେଉଛନ୍ତି। ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସମୟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି।
