ଅର୍ଗସ ବ୍ୟୁରୋ: ଇସ୍ରୋକୁ ଆଉ ଏକ ସଫଳତା । ଏକବିଂଶ ଶତାଦ୍ଦୀର ପୁଷ୍କକ ବିମାନ ଲଂଚ୍ କରାଯାଉଛି । ଏହି ଅତ୍ୟାଧୁନିକ ରକେଟକୁ ପରୀକ୍ଷାମୂଳକଭାବେ ବାୟୁସେନାର ଏକ ହେଲିକପ୍ଟରରୁ ଛଡାଯାଇଥିଲା । ସଫଳତାର ସହ ଏହା ରନେଓ୍ବରେ ଅବତରଣ କରିଥିଲା। ପୁଷ୍କକ ନାମରେ ନାମିତ ଏହି ଯାନକୁ ଭାରତୀୟ ବାୟୁସେନର ଚିନୁକ୍ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉଚ୍ଚତାରୁ ଛଡାଯାଇଥିଲା । ଏହାପରେ ୪ କିମି ଉଚ୍ଚତାରୁ ପୁଷ୍ପକ ସ୍ବୟଂଚାଳିତ ଭାବେ ରନଓ୍ବେ ନିକଟକୁ ଆସି ରହିଥିଲା । ଏହାପରେ ପୁଷ୍କକ ପୁଣି ଉଡାଣ ଭରିଥିଲା ।
