ପାରୋ ଏୟାରପୋର୍ଟରେ ମୋଦିଙ୍କୁ ଗାର୍ଡ ଅଫ ଅନର୍ ଦେଇ ସ୍ୱାଗତ କଲେ ଭୁଟାନ ପ୍ରଧାନମନ୍ତ୍ରୀ

 ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାରୋ ଏୟାରପୋର୍ଟରେ ମୋଦିଙ୍କୁ ଗାର୍ଡ ଅଫ ଅନର୍ ଦେଇ ସ୍ୱାଗତ କଲେ ଭୁଟାନ ପ୍ରଧାନମନ୍ତ୍ରୀ। ଭାରତ-ଭୁଟାନ ସମ୍ପର୍କକୁ ମଜଭୁତ କରିବା ପାଇଁ ପିଏମଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ତେବେ ମୋଦିଙ୍କ ଗସ୍ତ ପାଇଁ ଭୁଟାନରେ ସମସ୍ତ ସ୍କୁଲ ଛୁଟି କରାଯାଇଛି। ଛାତ୍ରଛାତ୍ରୀଙ୍କ ସମେତ ଭୁଟାନବାସୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଗତକାଲି ପ୍ରତିକୂଳ ପାଗ ଯୋଗୁଁ ଭୁଟାନ ଗସ୍ତ ସ୍ଥଗିତ ରଖିଥିଲେ ପ୍ରଧାନମନ୍ତ୍ରୀ।



Post a Comment (0)
Previous Post Next Post