ବାପାଙ୍କ ମୃତ୍ୟୁ ପରେ ନାବାଳକ ପୁଅକୁ ଆସିଲା ସମନ

 ଅର୍ଗସ ବ୍ୟୁରୋ:  ବାପା କରିଥିଲେ ଲୋନ, ନାବାଳକ ପୁଅଙ୍କୁ ଆସିଲା ସମନ। ଏଭଳି ଘଟଣା ଘଟିଛି ବରଗଡ଼ର ଗଣ୍ଡପାଲିଠାରେ । ପୋଲିସ ବିଭାଗରେ କାମ କରୁଥିବା ବିଧୁଭୂଷଣ ପୁଟାଙ୍କର ଜୁଲାଇ ୨୦୨୦ ମସିହାରେ ଡ୍ୟୁଟି କରୁଥିବା ସମୟରେ ହୃଦଘାତ ହୋଇ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ସ୍ତ୍ରୀଙ୍କର କୋଭିଡରେ ମୃତ୍ୟୁ ହୋଇଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ବିଧୁଭୂଷଣ କରିଥିବା ଲୋନ ବିଷୟରେ କିଛି ଜାଣି ନଥିବା ନାବାଳକଙ୍କ ପାଖକୁ ବରଗଡ଼ ଷ୍ଟେଟ ବ୍ୟାଙ୍କରୁ 5 ଲକ୍ଷ ଋଣ ଟଙ୍କା ଶୁଝିବା ପାଇଁ କୋର୍ଟରୁ ନୋଟିସ ଆସିଥିଲା।



ତେବେ ନୋଟିସ ପାଇବା ପରେ ଗତ ୩୦ ଜାନୁଆୟୀରେ ଦୁଇ ନାବାଳକ ନାତିଙ୍କୁ ଧରି ବରଗଡ଼ କୋର୍ଟରେ ହଜାର ହୋଇଥିଲେ ଅଜା ସାରଥୀ ଧୂରୁଆ। ପରେ ଅଜା ରାଷ୍ଟ୍ରପତି, ରାଜ୍ୟପାଳ ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post