ଅର୍ଗସ ବ୍ୟୁରୋ: ଟ୍ରକ ଦୁର୍ଘଟଣାରେ ଜୀଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡା ଜିଲ୍ଲା ସିନାପାଲି ଥାନା ଚଟିଆଗୁଡ଼ା ନିକଟ ବିଜୁଏକ୍ସପ୍ରେସ ରାସ୍ତାରେ ଘଟିଛି ଦୁର୍ଘଟଣା। ଆଗରେ ଯାଉଥିବା ଟ୍ରକକୁ ପିଟିଲା ପଛରେ ଯାଉଥିବା ଟ୍ରକ।
ପଛ ଟ୍ରକଟି ଦେଖୁ ଦେଖୁ ଜଳି ଯାଇଥିଲା ଏବଂ ଡ୍ରାଇଭର ଟ୍ରକରୁ ବାହାରି ନ ପାରିବାରୁ ଜିଅନ୍ତା ଜଳି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ତଦନ୍ତ କରୁଛି।
