ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ

 ଅର୍ଗସ ବ୍ୟୁରୋ:  ଏପ୍ରିଲ 2ରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ସମୟ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏ ସକାଳୁଆ ସ୍କୁଲ । ସକାଳ ୭ରୁ ୧୧ଟା ୩୦ ଯାଏ ଚାଲିବ ପାଠପଢ଼ା। ସବୁ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ ନିୟମ । ସ୍କୁଲରେ ପାଣି ସହ ORS ରଖିବାକୁ ନିର୍ଦ୍ଦେଶ । ସ୍ଥିତିକୁ ଦେଖି ସ୍କୁଲ ସମୟ ବଦଳାଇ ପାରିବେ ଜିଲ୍ଲାପାଳ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାରଙ୍କ ନିଷ୍ପତ୍ତି ।



ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Post a Comment (0)
Previous Post Next Post