ଦୁର୍ଗମରେ ଆବାସ ଯୋଜନା ଫେଲ

 ଢେଙ୍କାନାଳ:  ଭଙ୍ଗା ଘରେ ୧୩ ପ୍ରାଣୀ। ବର୍ଷା ହେଲେ ପର ଘରେ ରାତି ବିତେଇବାକୁ ପଡିଥାଏ।  ଆବାସ ଯୋଜନା ସାତ ସପନ ଏ ପରିବାର ପାଇଁ।  ଏ ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ କଣ୍ଟାପାଳ ପଂଚାୟତ  ଗାଁର  ରସାନନ୍ଦ ମୁଣ୍ଡ ଙ୍କ ପରିବାର । ଘର ଅବସ୍ଥା ନକହିବା ଭଲ ଘରର ଚାରିପଖ କାନ୍ଥ ପଡ଼ି ଗଲାଣି।  ମୁଣ୍ଡ ଉପରେ ଛପର ନାହିଁ । ଦିନରେ ଖରା ଆଉ ରାତିରେ ତାରା ଦିଶୁଛି।



ପରର ମୂଲଲାଗିଲେ ପରିବାର ପେଟ ରେ ଦାନା ପଶେ। ଘର ଖଣ୍ଡେ ଲାଗି ପଞ୍ଚାୟତରୁ  ବ୍ଳକ ପର୍ଯ୍ୟନ୍ତ ବାରମ୍ବାର ଯାଇ ଆବେଦନ କରିଥିଲେବି କେହି ଶୁଣୁନାହାଁନ୍ତି॥ ସରକାରୀ ଯୋଜନା କାହା ପାଇଁ ବୋଲି ପରିବାର ଲୋକ କହିଛନ୍ତି । ସରକାରୀ ସହାୟତା କହିଲେ ମାତ୍ର ୧୫ କେଜି ଚାଉଳ ।  ସରକାରଙ୍କ ଯେଉଁ ସୁବୁ ସୁବିଧା ଅଛି ତାହା ଗରିବ ପାଉନାହାଁନ୍ତି। ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ସରକାରଙ୍କ ଯୋଜନା ଆଉ ସୁବିଧା  କାହା ପାଇଁ, କିଏ ପାଉଛି ଏ ସୁବିଧା?   
ଅଧିକ ଦେଖନ୍ତୁ: 

Post a Comment (0)
Previous Post Next Post