ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିରରୁ ଚୋରି

 କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟରାତ୍ରରେ ହୁଣ୍ଡି ତାଡି ହୁଣ୍ଡିରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୃତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।



ସୂଚନା ଅନୁଯାୟୀ, ଗତ ରଥଯାତ୍ରା ପରଠାରୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସି ଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post