ବିସ୍ଥାପିତଙ୍କୁ ସରକାରଙ୍କ ଧୋକା

 ଅର୍ଗସ ବ୍ୟୁରୋ: ତାପଜ ବିଦ୍ୟୁତ୍ କେନ୍ଦ୍ର ହେବା ପରେ ପ୍ରତି ପରିବାରର ଜଣଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା OPTCL । ତେବେ ଜମି ଅଧିଗ୍ରହଣର ୧୩ ବର୍ଷ ପରେ ବି ତାପଜ ବିଦ୍ୟୁତ୍ କେନ୍ଦ୍ର ତ ଦୂର, ଇଟା ଖଣ୍ଡେ ପଡିଲାନି । ଜମିହରା ବିସ୍ଥାପିତ ନା ଏକୁଳର ହେଲେ ନା ସେକୁଳର ।


କାମାକ୍ଷାନଗର ର ଅନ୍ନପୂର୍ଣ୍ଣାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ୨୦୧୧ ରେ ୧୮୩୪ ଏକଇ ଜମି ଅଧିଗ୍ରହଣ କରିଥଲେ ସରକାର । ଏଠାରେ ଓଡ଼ିଶା ଥର୍ମାଲ ପାୱାର କର୍ପୋରେସନ ( ଓଟିପିସି) ୩୨୦୦ ମେଗାୱାଟ ବିଜୁଳି ଉତ୍ପାଦନ କରିବ ବୋଲି କହିଥିଲେ ସରକାର । ହେଲେ ଦେଖନ୍ତୁ ଏହି ପ୍ରସ୍ତାବିତ ସ୍ଥାନକୁ, ୧୩ ବର୍ଷ ପରେ ବି ଇଟା ଖଣ୍ଡେ ପଡିନି । 

ମିରିଚାକଣ ଓ ନୂଆଗାଁବିଲ ର ବିସ୍ଥାପିତ ଜନତା ଏବେ ତ୍ରିଶଙ୍କୁ ଅଦସ୍ଥାରେ । ଜମି ଗଲା ପରେ ନା ଚାଷ କରି ପାରୁଛନ୍ତି ନା ସରକାର ଙ୍କ ଯୋଜନା ର ଲାଭ ପାଉଛନ୍ତି ।  ସରକାରଙ୍କ ହିସାବରେ ଏମାନେ ବିସ୍ଥାପିତ । 

ସେଇଥି ପାଇଁ ଗାଁ ରେ ଆବାସ ଯୋଜନାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ମିଳୁନି ଲୋକଙ୍କୁ ପ୍ରକଳ୍ପ ହେଲେ ପ୍ରତି ବିସ୍ଥାପିତ ପରିବାରରୁ ଜଣଙ୍କୁ ଚାକିରି ମିଳିବ ବୋଲି କହିଥିଲା କମ୍ପାନୀ । ହେଲେ ଅନିଶ୍ଚିତତା ରେ ତାପଜ ବିଦ୍ୟୁତ କେନ୍ଦ୍ର ଆଉ ଅନିଶ୍ଚିତତାରେ ଯୁବକଙ୍କ ରୋଜଗାର ।

ଦୁଇ ଗାଁ ର ବିସ୍ଥାପିତଙ୍କୁ ଥଇଥାନ ପାଇଁ ୧୩୦ ପରିବାର ପାଇଁ ତିଆରି ହୋଇଥିଲା ଏହି କଲୋନୀ । ପ୍ରାୟ 20 କୋଟି ଟଙ୍କା ଖର୍ଚ୍ଚ ରେ ଘର ତିଆରି ପରେ ବି ଏଥିରେ ତାଲା ଝୁଲୁଛି । ପ୍ରକଳ୍ପ ର ଭାଗ୍ୟ ଅନିଶ୍ଚିତତା ଭିତରେ ଥିବାରୁ ବିସ୍ଥାପିତ ଙ୍କୁ ସ୍ଥାନାନ୍ତର କରାଯିବ କି ନାହିଁ ତାର ଉତ୍ତର କାହା ପାଖରେ ନାହିଁ ।  ତେବେ ଲୋକଙ୍କ ଅଭିଯୋଗ ବିସ୍ଥାପିତ ଥଇଥାନ ନାଁ ରେ ନିମ୍ନ ମାନର କାମ କରି ଏଠି ଅଫିସର - ନେତା ମିଳିମିଶି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି ।

ଯଦିଓ ଲୋଭନୀୟ ପ୍ରତିଶ୍ରୁତି ଦେଖାଇ ପ୍ରଶାସନ ଲୋକଙ୍କ ଜମି ଅଧିଗ୍ରହଣ କଲା ତେବେ ୧୩ ବର୍ଷ ପରେ ପ୍ରକଳ୍ପ ହେବ କି ନାହିଁ ସେ ନେଇ କେହି ମୁଁହ ଖୋଲୁ ନାହାଁନ୍ତି । 

Post a Comment (0)
Previous Post Next Post