ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଏସ୍‌ପିଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ

 ଅର୍ଗସ ବ୍ୟୁରୋ: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ପଦକ୍ଷେପ । ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଏସ୍‌ପିଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ ନିର୍ଦ୍ଦେଶ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ, ଦେବଗଡ ଏସପି ରାମ ପ୍ରସାଦ ସାହୁ ଏବଂ କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କୁ ବଦଳି କରାଯାଇଛି। ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦେକ୍ଷପ ନିଆଯାଇଛି ।


ଏହି ଅଧିକାରୀମାନଙ୍କ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଘନିଷ୍ଠତା କିମ୍ବା ପାରିବାରିକ ସମ୍ବନ୍ଧ ରହିଥିଲା । ତେଣୁ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସେମାନଙ୍କୁ ବଦଳି କରାଯାଇଛି । ସେହିପରି ପଞ୍ଜାବ, ଗୁଜରାଟ, ପଶ୍ଚିମବଙ୍ଗ ସହ ଓଡ଼ିଶାର କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Post a Comment (0)
Previous Post Next Post