ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ

 ଅର୍ଗସ ବ୍ୟୁରୋ : ମଣିଷ ହାଟରେ ନିଲାମ ହେଉଛି ଓଡ଼ିଆ । ଦାଦନ ଗଡରେ କାନ୍ଦୁଛି ଭେଣ୍ଡିଆ ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଦାଦନ ଗଡ଼ରେ । ଯେଉଁଠି ଲୋକଙ୍କ ସ୍ବପ୍ନ ବନ୍ଧାପଡେ, ନିଲାମ ହୁଏ ମଣିଷର ପରିଶ୍ରମ । ଭିଟାମାଟିକୁ ପର କରି ଆପଣାଇ ନିଏ ଏକ ଅନ୍ଧାରି ଦୁନିଆକୁ । ପେଟ ଓ ପରିବାରକୁ ଚାହିଁ ଆଖିର ଲୁହକୁ ଓଠରେ ପିଇ ଟଙ୍କା ରୋଜଗାର କରେ, ପରିବାର ପୋଷେ । କାରଣ ଏ ହେଉଛି ଦାଦନ । ହେଲେ ଯେବେ ଭୋଟ ଆସେ, ସବୁଠୁ ଆଗରେ ମନେ ପଡନ୍ତି ଏମାନେ । କାରଣ କମ ଟଙ୍କାରେ ଏମାନଙ୍କ ସହ ମୂଲଚାଲ କରନ୍ତି ସରକାର । ଭୋଟ୍‌ ତ ନିଅନ୍ତି, ହେଲେ ପରେ ଭୁଲିଯାଆନ୍ତି । 

ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ । ହେଲେ ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକ ମାନଙ୍କ ପ୍ରତି ସତେ ଯେମିତି କାହାର ନିଘା ନାହିଁ । ଦାଦନ ପ୍ରବଣ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ପେଟ ପାଟଣା ପାଇଁ ଲୋକେ ରାଜ୍ୟ ବାହାରକୁ ଯାଇଛନ୍ତି । 

ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଲୁକୁପାଲି ଗାଁର ଏ ହେଉଛନ୍ତି ବଳରାମ ରାଉତ ।  କାମ ଅନ୍ୱେଷଣରେ ନିଜ ସ୍ତ୍ରୀ ରୂପକାନ୍ତିଙ୍କ ସହ ଯାଇଛନ୍ତି ବାହାର ରାଜ୍ୟ । ଏପଟେ ଘର ଯଗିଛନ୍ତି ପୁଅଝିଅ । ଚଳିତ ସାଧାରଣ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେନି ବଳରାମ । 

Post a Comment (0)
Previous Post Next Post