ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି

 ଅର୍ଗସ ବ୍ୟୁରୋ : ବିଷ ବଳୟରେ ଘାଣ୍ଟି ହେଉଛି ବାଲେଶ୍ବର ? ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି । ଇଟା ଭାଟି ପ୍ରଦୂଷଣରେ ଆକ୍ତାମାକ୍ତା ଜିଲ୍ଲାବାସୀ । ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଯେଉଁଠି ଚାହିଁଲେ ସେଠି ମାଳମାଳ ଇଟାଭାଟି ଦେଖା ଯାଉଛି । ଧୁଳି, ଧୁଆଁରେ ଅଣନିଶ୍ବାସୀ ହେଉଛନ୍ତି ଲୋକେ।  ସବୁଠି ଆଇନର ଖୁଲମଖୁଲା ଉଲ୍ଲଂଘନ ହେଉଛି । ଆଉ ସବୁ ଦେଖି ଚୁପ ବସିଛି ପ୍ରଶାସନ । ପ୍ରଦୂଷଣ ନିୟନ୍ତ୍ରଣ ବି ଆଖିରେ ପଟି ବାନ୍ଧିଛି। ଏ ନେଇ ସ୍ଥାନୀୟ ଜନପ୍ରତିନିଧି ବି ଅଭିଯୋ କରିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ । 

କିଛି ଦିନି ତଳେ ଆସିଥିଲା ରିପୋର୍ଟ । ଦେଶରେ ପ୍ରଦୂଷିତ ସହର ମାନଙ୍କ ଭିତରେ ଆଗରେ ଥିଲା ବାଲେଶ୍ବର । ପ୍ରଦୂଷଣ ପଛରେ ଅନ୍ୟତମ କାରଣ ହେଉଛି ଏ ସବୁ ଇଟାଭାଟି । ଏବେ ଗ୍ରୀଷ୍ମ ପ୍ରବାହ ବଢୁଥିବାବେଳେ ମାଳ ମାଳ ଇଟାଭାଟି ଯୋଗୁ ବୃଦ୍ଧି ପାଉଥିବା ଉତ୍ତାପ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏବେ ଉପଜିଲ୍ଲାପାଳ କହୁଛନ୍ତି, ବେଆଇନ ଇଟା ଭାଟି ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ । ସୀମା ଟପୁଛି ପ୍ରଦୂଷଣ । ସ୍ଥିତି ଅଣାୟତ୍ତ ହେଉଛି । ପ୍ରଶାସନର ନିରବତା ବିରୋଧରେ ବଢୁଛି ଜନ ଅସନ୍ତୋଷ । 

Post a Comment (0)
Previous Post Next Post