ଅର୍ଗସ ବ୍ୟୁରୋ: ଦୁର୍ଗମରେ ଜଳ କଷ୍ଟ। ପାହାଡ ଜଙ୍ଗଲ ଅତିକ୍ରମ କରି ପାରୁନି ବସୁଧା। ଭରସାରେ ଦୁର୍ଗମବାସୀ। ଗଜପତି ମୋହନା ବ୍ଳକର ଡେଙ୍ଗସଖାଲ ଗ୍ରାମପଞ୍ଚାୟତର ରାଇଯୁକା ନୂଆସାହି । ପ୍ରାୟ 30 ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁରେ ପାନୀୟ ଜଳ ସମସ୍ୟା ମୁଖ୍ୟ ସମସ୍ୟା । ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିଵା ବେଳେ ଚୁଆ ପାଣି ଏଠି ଏକ ମାତ୍ର ସାହା ଭରଷା।
