+2 ପରୀକ୍ଷା ଖାତାରେ ମାର୍କ ବଢ଼ାଇ ପାଇଁ ମଗାଯାଉଛି ଟଙ୍କା

 ଅର୍ଗସ ବ୍ୟୁରୋ:  ୮ ହଜାରର ଦେଲେ ମିଳିବ ୭୦ ପ୍ରତିଶତ । +2 ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବା ପାଇଁ ମଗା ଯାଉଛି ଆଠ ହଜାର ଟଙ୍କା। ନିଜକୁ କାଉନସିଲ ଅଫିସ ଭୁବନେଶ୍ୱରର ଜଣେ କର୍ମଚାରୀ ବୋଲି ପରିଚୟ ଦେଇ +2 ଛାତ୍ରୀଙ୍କୁ ଟଙ୍କା ମାଗିବା ଘଟଣା ଏବେ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା କାଉନସିଲର ସ୍ୱଛତା ନେଇ ଉଠିଛି ବଡ଼ ପ୍ରଶ୍ନ ।



ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ଏହି ବ୍ୟକ୍ତି ଜଣକ ଛାତ୍ରୀଙ୍କ ନାମ, ବାପାଙ୍କ ନାମ, ଠିକଣା, ରୋଲ ନମ୍ବର, ରେଜିଷ୍ଟେସନ ନମ୍ବର ମଧ୍ୟ ପୁରା ଠିକ ଭାବରେ କହି ପାରୁଛନ୍ତି l ଶୁଣନ୍ତୁ କିପରି ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବା ପାଇଁ ଟଙ୍କା ମାଗୁଛନ୍ତି ଏବଂ ଟଙ୍କା ଫୋନ ପେ ନମ୍ବର ଦେଲେ ବଡ଼ ବାବୁଙ୍କ ପାଖକୁ ଫାଇଲ ଜିବ ବୋଲି କହୁଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post