25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା, ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ

 ଅର୍ଗସ ବ୍ୟୁରୋ: ପାଣି ହେବ କି 24 ମହାଲଢେଇରେ ବିଜେଡିକୁ କାଳ ।  ମିଶନ ଶକ୍ତି ନାଁ ରେ ମହିଳା ଏକତ୍ରିକରଣ ଫସର ଫାଟିବ କି ହାଣ୍ଡି ମାଠିଆ ଧର ମହିଳାଙ୍କ ଦ୍ବାରା ପାଣି ପାଇଁ ବଡ ବିଜେଡି ନେତା ହଟହଟା । ନିଜ ଦଳର କର୍ମୀଙ୍କ ପ୍ରଶ୍ନରେ ଘାଇଲା ପ୍ରସନ୍ନ । 




ରେଢାଖୋଲରୁ ନିର୍ବାଚନ ଲଢୁଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ନାକଟି ଦେଉଳିରେ ଭୋଟ ମାଗିବାକୁ ଗଲା ବେଳେ ନିଜ ଦଳର କର୍ମୀ ପ୍ରସନ୍ନଙ୍କୁ ପଚାରିଥିଲେ ପାଣି ପ୍ରଶ୍ନ । ପାଣି  ସମସ୍ୟା ଦୁର ହେଲେ ଭୋଟ ଦେବେ ବୋଲି କହୁଛନ୍ତି ଯୁବକ ।  

କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ବଦ୍ରିପାତ୍ରଙ୍କୁ  ପାଣି ପାଇଁ ଘେରିଥିଲେ ମହିଳା । ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁର ମହିଳାଙ୍କ ପାଣି ପ୍ରଶ୍ନରେ ଘାଇଲା ହୋଇଥିଲେ ବଦ୍ରି । କୁଶେଇ ନ ଦୀରେ ଚୁଆ କରି ପାଣି  ଆଣି ପିଉଛନ୍ତି ମହିଳା । 

 ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ପାଣି ପାଇଁ ହାହାକାର । ଗଞ୍ଜାମ ସୋରଡ଼ାରେ ଘର ଆଗରେ ଖାଲି ହାଣ୍ଡି, ମାଠିଆ, ବାଲଟି ରଖି ନେତାଙ୍କୁ ବିରୋଧ କରୁଛନ୍ତି ଜନତା । ହଟହଟା ହୋଇଥିଲେ ପ୍ରଚାର କରିବାକୁ ଯାଇଥିବା ବିଜେଡି  ବିଧାୟକ  ପୂର୍ଣ ସ୍ବାଇଁ । ଏଥର ପୂର୍ଣ୍ଣଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ବଡ଼ଖଣ୍ଡି ପଂଚାୟତର ଦୃଶ୍ୟ। ଯେଉଁଠି ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା । 

ଇଏ ସାରା ରାଜ୍ୟର ସ୍ଥିତି । ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ । ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ।  ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି । 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post