ଅର୍ଗସ ବ୍ୟୁରୋ : ମଞ୍ଚ ଉପରେ ଭାଷଣ ଦେଉଥିଲେ ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ପାଖରେ ବସିଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ । ଜାତିଗତ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରୁଥିଲେ ପ୍ରଦୀପ । ପ୍ରଦୀପଙ୍କ ଭାଷଣର ଆଧାର ହେଉଛି ତେଲେଙ୍ଗାନା କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ ।
ଯେଉଁ ଫେକ୍ ଭିଡିଓ ନେଇ ପୋଲିସ ନେଉଛି କାର୍ଯ୍ୟାନୁଷ୍ଠାନ ସେହି ଭିଡିଓକୁ ଆଧାର କରି ପାଣ୍ଡିଆନଙ୍କ ସାମ୍ନାରେ ଡାହା ମିଛ କହି କୁତ୍ସାରଟନା କଲେ ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଆଉ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପ୍ରଦୀପଙ୍କ ଭାଷଣକୁ ତାଳି ମାରି ସମର୍ଥନ ଦେଉଥିଲେ ପାଣ୍ଡିଆନ । ଆଉ ଅମିତ୍ ଶାହାଙ୍କ ବିରୋଧରେ ଗଡ଼ ଜିତିବା ଭଳି ଅଭିନୟ କରୁଥିଲେ ଭୈରବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ସମୟରେ ଅପପ୍ରଚାର କରୁଛି ବିଜେଡି । ଏଥିପାଇଁ ନେଉଛି ମିଛର ସାହାରା । ଏ ନେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡ଼ି ମିଛ ଭାଷଣ ଦେଉଛନ୍ତି ବିଜେଡି ନେତା । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଦୀପ ମାଝୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଦୀପ ମାଝୀଙ୍କ ମିଛ ଭାଷଣ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବିଜେପି। କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ବାଚନ କମିଶନଙ୍କ ପାଖରେ କରିଛି ଅଭିଯୋଗ।