ପୁରୀ: ଆଜି ଚୈତ୍ର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ ।
ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ । ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜୀୟୁ ମାନେ ପହଣ୍ଡି ହେବେ । ଏଣୁ ଏହାପୂର୍ବରୁ ଆଜି ପୁନର୍ବାର ଖସାପଡା ନୀତି ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିର ସଂସ୍କୃତିରେ ମେଣ୍ଢା ପୋଡିର ଅର୍ଥ କ'ଣ ?
ସେପଟେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ମୁଖ୍ୟତଃ ସଂଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ 4ଘଣ୍ଟା ଆପାତତଃ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଖସାପଡା ନୀତି ସରିବା ପରେ ନୀତିକାନ୍ତି ପୂର୍ବ ଭଳି ଆଗକୁ ବଢିବ ଓ ସାଧାରଣ ଦର୍ଶନ ଆରମ୍ଭ ହେବ ।