ମଧ୍ୟାହ୍ନ ଭୋଜନ ପରେ କାହିଁକି କ୍ଲାନ୍ତ ଅନୁଭବ ହୁଏ ?

 ନୂଆଦିଲ୍ଲୀ: ଅଫିସ୍‌ରେ ଦ୍ୱିପ୍ରହରରେ ସମୟରେ  ଦୁର୍ବଳ ଲାଗିବା, ହାଲକା ନିଦ ଆସିବା ଏବଂ ଥକାନ ଅନୁଭବ ହେବା ଏକ ସାଧାରଣ କଥା। ହେଲେ ଏସମସ୍ୟା ଯୋଗୁ ଆପଣଙ୍କ କାମରେ ମଧ୍ୟ ପ୍ରଭାବ ପଡିଥାଏ।  ଏଭଳି ସମୟରେ ଆପଣ କଣ କରିବା ଦରକାର ଆସନ୍ତୁ ଜାଣିବା । କାର୍ଲିଫୋର୍ନିଆର ଡେବିସର ନ୍ୟୁଟ୍ରିଶନିଷ୍ଟ ଡା. କ୍ରିଷ୍ଟୋଫର ରୋଡସ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି  ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମଧ୍ୟାହ୍ନରେ ଥକାନ ଅନୁଭବ ହେଉଛି  ସେତେବେଳେ ବ୍ୟକ୍ତି ଅଧିକ ପାଣି ପିଇବାରେ ଲାଗିଥାନ୍ତି। କାରଣ ଦୁର୍ବଳ ଅନୁଭବ ନେହେବା ଲାଗି ଏପରି କରିଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଶରୀରରେ କୈଫିନ୍‌ ର ମାତ୍ରା ବଢିଯାଇଥାଏ।  ଯେଉଁଥିପାଇଁ ରାତିରେ ଆପରଙ୍କୁ ନିଦ ଆସିନଥାଏ। ଡ. କିଷ୍ଟ୍ରୋଫର କିଛି ମାଧ୍ୟମ  କହିଛନ୍ତି ଯାହା  ଦ୍ୱିପ୍ରହର ସମୟରେ ଦୁର୍ବଳ ଅନୁଭବରୁ ରକ୍ଷା କରିବ। 

୧-  ପେଟପୁରା ଖାଆନ୍ତୁ ନାହିଁ
ରୋଡ୍‌ସ କହିଛନ୍ତି ଯେତେବେଳେ ସମୟ ମିଳୁଛି କିଛି ନା କିଛି ଖାଇବା  ଦ୍ୱାରା ନିଦ ଆସିଥାଏ।  ଏବଂ ବ୍ଲଡ ସୁଗର      ଅନାବଶ୍ୟକ ଭାବେ ବଢିଯାଇପାରେ।  ଛୋଟ ସ୍ନାକ୍ସ  ସବୁବେଳେ ଭୋକ ମେଣ୍ଟାଇନଥାଏ।   ବହୁତମାତ୍ରାରେ ଏପରି ସ୍ନାକ୍ସ ଅଛି ଯେଉଁଥିରେ  କିଛି  ଏପରି ଉପାଦାନଗୁଡିକ  ଥାଲ ଯାହା ଆପଣଙ୍କୁ  ଅଧିକ ଖାଇବା ପାଇଁ ବାଧ୍ୟ କରିଥାଏ।  ସେଥିପାଇଁ ଏପରି ଛୋଟ  ଛୋଟ ମିଲ୍ସ  ଖାଇବାକୁ ଆଭୋଏଡ୍‌ କରନ୍ତୁ। 
୨- ଅଧିକ ଚିନି ଥିବା ଖାଦ୍ୟରୁ ଦୁରେଇ ରୁହନ୍ତୁ
ରୋଡ୍‌ସଙ୍କ ଅନୁସାରେ  ଆପଣଙ୍କୁ ପୁରା ଦିନ  ଆପଣଙ୍କ ଗ୍ଲୁକୋଜକୁ  ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଦରକାର।  ଗ୍ଲକୋଜ ଯାହା ଚିନିର ଏକ ସରଳ ରୂପ।  କାରଣ ଆପଣ ଯାହା ମିଠା ଖାଉଛନ୍ତି ତାହା ଆମ ଶରୀରରେ  ଗ୍ଲୁକୋଜ ଭାବେ ଷ୍ଟୋର ହୋଇଥାଏ।  ଏବଂ  ଏହା ଶକ୍ତି ପ୍ରଦାନ କରିଥାଏ।  ଯଦି ଆପଣଙ୍କ ଗ୍ଲୁକୋଜ ଲେବଲ ହାଇ  ରହିବ ତେବେ  ଆପଣ ଥକାନ ଅନୁଭବ କରିବେ।  ଏଥିପାଇଁ  ଏକ୍ସପୋର୍ଟ କୁହନ୍ତି  ବ୍ଲଡ ସୁଗାର ଅଧିକ ହେବା ଦରକାର ନାହିଁ କି  କମ ହେବା  ଦରକାର ନାହିଁ। ବାଲାନ୍ସ ରହିବା ଦରକାର। 
 ୩-କଫି ପିଇବା ବନ୍ଦ କରନ୍ତୁ
ରୋଡ୍‌ସ ଙ୍କ ଅନୁସାରେ ନିଦ ଆସିଲେ  ଲୋକ ମାନେ କଫି ପିଅନ୍ତି। ଏପରି କରିବାରୁ ବଞ୍ଚନ୍ତୁ।  କାରଣ କଫିରେ ଚିନି ମିସେଇକି ପିଇଲେ  ଗ୍ଲୁକୋଜ  ବଢିପାରେ।   ତେଣୁ କଫି ଆପେକ୍ଷା ଗ୍ରୀନ ଟି ପିଇ ପାରିବେ। କାରଣ  ଏଥିରେ କୈଫିନ ଥାଏ କିନ୍ତୁ ଆଣ୍ଟି-ଅକ୍ସିଡେଣ୍ଟ  ଏବଂ ଏଲ-ଥେନାଇନ୍‌ ପରି ଅନ୍ୟ କମ୍ପାଉଣ୍ଡ ମଧ୍ୟ ରହିଥାଏ।      ଏଲ-ଥେନାଇନ୍‌ ଏକ ଏମୋନିଆ ଏସିଡ  ଯାହା ଷ୍ଟ୍ରେସ, ଇମ୍ସୋମ୍ନିୟା ଏବଂ ଏବଂ ଏଙ୍ଗଜାଇଟ୍‌ କୁ କମ କରିବାରେ  ସାହାଯ୍ୟ କରିଥାଏ। ।   

ଅଧିକ ପଢନ୍ତୁ ଭାରତ ଖବର 


Post a Comment (0)
Previous Post Next Post