ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ସୁନାର ଦର । ଏପ୍ରିଲ ୧୨ରେ ସୁନାର ମୂଲ୍ୟ ସର୍ଵୋଚ୍ଚ ସ୍ତରରେ ପହଂଚିଥିବା ବେଳେ ଆଜି ବି ମୂଲ୍ୟ ଅପରିବର୍ତ୍ତତ ରହିଛି । MCX ରେ ₹ 73,958 ସ୍ତରକୁ ଛୁଇଁବା ପରେ ଆଜି ଏହାର ମୂଲ୍ୟ ପ୍ରାୟ 70,725 ଏବଂ କାରବାର ଚାଲିଛି । କଣ ପାଇ ବଢୁଛି ଏହି ସୁନାର ଦର ? ଏସବୁକୁ ଦେଖିବାକୁ ଗଲେ ଟିନା ଫ୍ୟାକ୍ଟର ଯୋଗୁଁ ସୁନା ମୂଲ୍ୟରେ ଏପରି ବୃଦ୍ଧି ଘଟିଛି। କଣ ଏହି ଟିନା ? ଯାହାର ପ୍ରଭାବରେ ବଢିବାରେ ଲାଗିଛି ସୁନାର ଦର । ପ୍ରଥମତଃ ଏହି ଟିନାର ପ୍ରଭାବ ଭାରତରେ ପଡିବନି ।
ଏହା ଚୀନରେ ପ୍ରଭାବ ପକାଇଛି । ଯାହା ଫଳରେ ଚୀନରେ ସୁନା କ୍ରୟ କରିବା ମଧ୍ୟ ବଢିବାର ଲାଗିଛି । ଚୀନ୍ 2023 ରିପୋର୍ଟ ମୁତାବକ ଚାଇନାର ଲୋକମାନେ ସମୁଦାୟ 630 ଟନ୍ ସୁନା କିଣିଥିବାବେଳେ ଭାରତୀୟମାନେ 562.3 ଟନ୍ କିଣିଛନ୍ତି। ଚାଇନର ଲୋକମାନେ ସୁନା କିଣି ସୁରକ୍ଷିତ ବିନିଯୋଗ କରୁଥିବାରୁ ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି ।ସୁନା ଅଳଙ୍କାର ପାଇଁ ବେଜିଂର ଚାହିଦା 10 ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭାରତରେ ଏହି ଚାହିଦା 6 ପ୍ରତିଶତ ହ୍ରାସ ପାଇଛି। ନିକଟରେ ଚାଇନ ମୁଦ୍ରା ୟୁଆନ ଦୁର୍ଵଳ ହୋଇପଡିଛି ।
ଚାଇନା ଲୋକ ସୁନା ଆଡକୁ ମୁହାଁଇଛନ୍ତି ଯାହା ଫଳରେ ମାର୍କେଟ୍ ବହୁତ ଅସ୍ଥିର ହୋଇପଡ଼ିଛି । ଯଦିଓ ଚୀନ୍ ଅନ୍ୟ ଦେଶ ତୁଳନାରେ ଅଧିକ ସୁନା ଉତ୍ପାଦନ କରେ, ତଥାପି ଅଧିକ ରପ୍ତାନି କରିବାର ଆବଶ୍ୟକତା ରହିଛି | ଗତ ଦୁଇ ବର୍ଷ ମଧ୍ୟରେ 2,800 ଟନ୍ ସୁନା ବିଦେଶରେ କିଣାଯାଇଛି ଏବଂ ଏହା ସମଗ୍ର ବିଶ୍ୱରେ ଥିବା ସୁନା ବ୍ୟାକିଂ ଏକ୍ସଚେଞ୍ଜ ବାଣିଜ୍ୟ ପାଣ୍ଠି ଠାରୁ ଅଧିକ । ଏସଵୁକୁ ଦେଖିଵାକୁ ଗଲେ ସୁନା ମୂଲ୍ୟରେ ସାମାନ୍ୟ ନରମ ହେବା କେବଳ ଅଗଷ୍ଟ ପରେ ଦେଖାଯିବ, କିନ୍ତୁ ତାହା ମଧ୍ୟ ସାମୟିକ ହେବ ।
ଅଧିକ ପଢନ୍ତୁ ଭାରତ ଖବର
