ଓଡ଼ିଶାର ଭାଷା, ସ୍ୱାଭିମାନ, ଗୌରବ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

 ଅର୍ଗସ ବ୍ୟୁରୋ:  ମେ ୧୩ରେ ହେବ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଚାରି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର ହେବ ଶୁଭାରମ୍ଭ । ଆଉ ଏହାର ବହୁ ପୂର୍ବରୁ ଖୋଦ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ସଙ୍କଟରେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଓଡିଆ ଲୋକମାନେ ବେଶୀ ଦିନ ସହିବେ ନାହିଁ ବୋଲି କହି ପରିବର୍ତ୍ତନର ଦେଲେ ଆହ୍ଵାନ ।



ଓଡିଶା ଅମାପ ପ୍ରାକୃତିକ ସମ୍ପଦର ବୈଭବ । ଏହାର ସଦୁପଯୋଗ ଓଡିଶାକୁ ଏକ ନମ୍ବର କରିପାରିଥାନ୍ତା । ଓଡିଶାର ଦୁର୍ଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଶାନାରେ ବିଜେଡି । ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ଶାସନ ସ୍ଥାଣୁ, ଅପାରଗ, ଉତ୍ତରଦାୟୀ ନୁହେଁ ବୋଲି ଦେଲେ ସ୍ପଷ୍ଟ ବାର୍ତ୍ତା । ମୋଦି ଓଡିଶାରେ ପ୍ରବଳ ଜନପ୍ରିୟ । ଓଡିଶାର ମଇଦାନକୁ ଓହ୍ଲାଇ କରିଦେବେ କି ଓଲଟ ପାଲଟ ? ମୋଦିଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆର ପାର ଲଢେଇ କଥା କହିଥିଲେ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘଦିନରୁ ଓଡିଆ ଅସ୍ମିତା, ସ୍ଵାଭିମାନ, ବିକାଶ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରି ଆସୁଛନ୍ତି । ଓଡିଶାର ଅସ୍ମିତା ନିଆଁରେ ଘିଅ ଢାଳିଛି  ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ପାଣ୍ଡିଆନଙ୍କ ଦଳରେ ଆଧିପତ୍ୟ । ନରେନ୍ଦ୍ର ମୋଦି, ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ବିପ୍ଲବ ଦେବଙ୍କ କଡା ଆଭିମୁଖ୍ୟ ଏବେ ସେଟ୍ କରିଛି ଲଢେଇର ମୁଡ୍ ।

୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୮ ପ୍ରତିଶତ ଓ ବିଜେଡିକୁ ୪୨ ପ୍ରତିଶତ ଭୋଟ ମିଳିଛି । କିନ୍ତୁ ଏଥର ଓଡିଶାରେ ବିଜେପି ଏକ ନମ୍ବର ହେବ ବୋଲି ନିର୍ବାଚନ ବିଶେଷଜ୍ଞଙ୍କ ମତ । ବିଧାନସଭା ନିର୍ବାଚନରେ ୨୦୧୪ ତୁଳନାରେ ୨୦୧୯ରେ ଦ୍ଵିଗୁଣିତ ହୋଇଛି ବିଜେପି ଭୋଟ୍ । ଗତଥର ଓଡିଶାବାସୀ କରିଥିଲେ ଦୁଇ ପ୍ରକାର ମତଦାନ । ନବୀନଙ୍କ ୨୧ରୁ ୨୧ ଲୋକସଭା ଆସନକୁ ଓଡିଶାବାସୀ ପ୍ରତ୍ୟାଖାନ କରିଥିଲେ । ଏଥର ମୋଦି, ଅମିତ ଶାହ, ଜେ.ପି ନଡ୍ଡା ଓ ବିଜେପିର ତୁଙ୍ଗ ନେତୃତ୍ଵଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବିଜେପି ମୁହାଁ ହେବେ ବି ଓଡିଶା ଭୋଟର । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଓଡିଶା ସରକାରକୁ ଟାର୍ଗେଟ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ବୟାନକୁ ସ୍ଵାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ପିଏମ୍ ମୋଦି ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନ ପାଇଁ ଏଜେଣ୍ଡା ସେଟ୍ କରିଛନ୍ତି । ଏଥର ଓଡ଼ିଶାରେ ନିଶ୍ଚୟ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ଲୋକସଭାରେ ୨୧ରୁ ୨୧ ଆସନ ଜିତିବ ବିଜେପି ।

ଓଡିଶା ଗୋଟିଏ ଭାବପ୍ରବଣ ଜାତି । ଓଡିଶା ଭୌତିକ ଦୃଷ୍ଟିରୁ ପଛୁଆ ହେଲେ ବି ବୌଦ୍ଧିକ ଦୃଷ୍ଟିରୁ ଢେର ଆଗୁଆ । ସ୍ଵାଧୀନତା ପୂର୍ବରୁ ଓଡିଆ ଜାତି ଲଢିଥିଲା ଅସ୍ମିତାର ଲଢେଇ । ୧୯୩୬ରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା ଓଡିଶା । ଭାଷା ହେଉଛି ଓଡିଆଙ୍କ ଭାବ ପ୍ରବଣତାର କେନ୍ଦ୍ରବିନ୍ଦୁ। ଓଡିଆଙ୍କ ବଦଳରେ ବାହାରିଆଙ୍କ ନେତୃତ୍ଵ ଓଡିଆଙ୍କ ଭାବାବେଗକୁ କରିଛି କି ଆହତ ? ଶାନ୍ତ, ସରଳ, ଦୃଢମନା ଓଡିଆ ଜାତି ନିଜର ମତ ମାଧ୍ୟମରେ ଆହତ ଭାବନାର ଦେବେ କି କଡା ଜବାବ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post