ଅର୍ଗସ ବ୍ୟୁରୋ : ଗୋଳିଆ ହେଲାଣି ଧାମନଗର ବିଜେଡି ରାଜନୀତି । କାରଣ ସତ କହିଦେବାରୁ ଦୁଇ ନେତାଙ୍କୁ ବିଜେଡି ନିଲମ୍ବନ କରିଦେଇଛି । ହରେକୃଷ୍ଣ ପାଢ଼ୀ ଓ ରଘୁନାଥ ଲେଙ୍କାଙ୍କୁ ନିଲମ୍ବନ କରିଥିବାରୁ ଟେନସନ୍ ବଢିଲାଣି । ସୂଚନା ଅନୁସାରେ, ଏହି ଦୁଇ ବିଜେଡ଼ି ନେତା ବିଜୁ ଜନତା ଦଳ ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । ଯାହା ପାଇଁ ଆଜି ଦଳ ଛାଡ଼ିବାକୁ ପଡ଼ିଛି ଉଭୟଙ୍କୁ ।
ମନରେଗା, ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଭଳି ବିଭିନ୍ନ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଏଇ ଦୁଇ ନେତା ସ୍ଵର ଉଠାଇଥିଲେ । ତାହା ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଏହି ସବୁ ଦୁର୍ନୀତିରେ ସଂପୃକ୍ତ ଥିବା କହିବା ସହ ଧାମନଗର ବିଜେଡିର ଦୁର୍ନୀତି ପେଡ଼ି ଖୋଲିଥିଲେ । ଯାହା ପାଇଁ ଏହି ଦୁଇ ବରିଷ୍ଠ ବିଜେଡି ନେତା ହରେକୃଷ୍ଣ ପାଢ଼ୀ ଏବଂ ରଘୁନାଥ ଲେଙ୍କାଙ୍କୁ ବିଜୁ ଜନତ ଦଳରୁ ନିଲମ୍ବନ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି, ବିଜେଡି ସୁପ୍ରମୋକୁ କଣ ପାଇଁ ସତକୁ ଭୟ ? ଦଳରେ ରହିବାକି ହେଲେ କଣ ମିଛ କହିହାକୁ ବାଧ୍ୟ ? ଯାହାକୁ ନେଇ ଏବେ ଅଡୁଆରେ ଧାମନଗର ବିଜେଡି ।
ଧାମନଗର ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ବ ରଘୁନାଥ ଲେଙ୍କା ଏବଂ ହରେକୃଷ୍ଣ ପାଢ଼ୀଙ୍କୁ ଅଗଣତାନ୍ତ୍ରିକ ଭାବେ ଧାମନଗର ବିଜେଡି ତରଫରୁ ବହିଷ୍କାର କରାଯାଇଛି । ଏହାରି ପ୍ରତିବାଦରେ ଧାମନଗର ସହିଦ ନଗରରେ ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ଧାମନଗର ବିଜେଡ଼ିକୁ ଏହାର ଜବାବ ମିଳିବ ବୋଲି କହିଛନ୍ତି ।
ଏହା ସହ ଆଗାମୀ ଦିନରେ ବିଜେଡିକୁ ଭାରି ପଡ଼ିବ ସହ ଧାମନଗରରେ ବିଜେଡି ଦୁର୍ନୀତିର ଗୋଟିଏ ପରେ ଗୋଟିଏ ପେଡ଼ି ଖୋଲିବେ ବୋଲି ମଧ୍ୟ ଚେତାବନୀ ଦେଉଛନ୍ତି । ତେବେ ଏଠି ଆମେ କହି ପାରିବା ବିଜେଡିରେ ରହି ଦୁର୍ନୀତି କଲେ ଠିକ୍, ଯଦି ଦୁର୍ନୀତି ବିଜେଡିରେ ରହି ଦୁର୍ନୀତି ନ କରିପାରିବ ଭୁଲ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କିଭଳି ଏହି ଦୁଇ ନେତା ଧାମନଗର ବିଜେଡିର ଦୁର୍ନୀତିକୁ ସାମ୍ନାକୁ ଆଣୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।