ସଭା ସରିଲା, ମହାପ୍ରଭୁଙ୍କୁ ଭୁଲିଗଲେ...

 କୃଷ୍ଣପୁର:  କୋଟି ଓଡିଆଙ୍କ ମୋଉଡମଣୀଙ୍କୁ ଅସମ୍ମାନ । ଖରାରେ ଅଖା ଘୋରିହୋଇ ବସିଛନ୍ତି ମୋହାପ୍ରଭୁ କାଳିଆ ସାଆନ୍ତ । ଏ ଦୃଶ୍ୟ ହେଉଛି ମାଲୁଦ ପଞ୍ଚୁଦୋଳ ପଡିଆର । ଗତ ୧୯ ତାରଖରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏଠାରେ ବ୍ରହ୍ମଗିରିର ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଏବଂ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ନେତୃତ୍ଵରେ କୃଷ୍ଣପ୍ରସାଦର ଅନେକ ବିଜୁ ଛାତ୍ର ମାନଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । 



ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ଜଳାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ନେତା । କିନ୍ତୁ କାମ ସରିଗଲା ପରେ ସେଠାରୁ ଚାଲିଗଲେ ନେତା । ଆଉ ସେଠାରେ ପଡି ରହିଲେ କୋଟି ଓଡିଆର ମୋଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ।
 

ଆହୁରି ପଢନ୍ତୁ ଓଡ଼ିଶା ଖବର...

Post a Comment (0)
Previous Post Next Post