ଜଗଦଲପୁର : ଦାନ୍ତେୱାଡା ଜାତୀୟ ରାଜପଥ-63 ରେ ସଡ଼କ ଦୁର୍ଘଟଣା। ଏଥିରେ 10 ଜଣ CRPF ଯବାନ ଗୁରୁତର ଆହତ ହୋଇଥିବାବେଳେ ସେଥିରେ 3 ଜଣ ଯବାନଙ୍କ ଅବସ୍ଥା ଅତି ଗୁରୁତର ଥିବା ସୂଚନା। ଆହତ ଯବାନଙ୍କ ଚିକିତ୍ସା ଟୋକାପାଲ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇ ପରେ ଉନ୍ନତ ଚିକିତ୍ସା ପାଇଁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି।
ସୁଚନାନୁଯାଇ ଦାନ୍ତେୱାଡା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଫରାସପାଲରେ ନିର୍ବାଚନ ଡ୍ୟୁଟି କରିବା ପରେ ସମସ୍ତ CRPF ଯବାନ ଜଗଦଲପୁରକୁ ଫେରୁଥିଲେ। ତେବେ ଫେରିବା ସମୟରେ ଘଟିଥିଲା ଦୁର୍ଘଟଣା।
ଅଧିକ ପଢନ୍ତୁ ଓଡ଼ିଶା ଖବର
