ଅର୍ଗସ ବ୍ୟୁରୋ : ଇତିହାସ ରଚିଲା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । ସଫଳତାରେ ଆଉ ଏକ ନୂଆ ଫର୍ଦ ଯୋଡିହୋଇଛି । ଏଠାରେ ସଫଳତାର ସହିତ ବୃକ୍କ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ହେବା ପରେ ଆଜି ଲିଭର ଟ୍ରାନସପ୍ଲାଣ୍ଟ ଆରମ୍ଭ ହୋଇଛି । ଏଥିପାଇଁ ହାଇଦ୍ରାବାଦ ଏଆଇଜିର ଏକ ବିଶେଷଜ୍ଞ ଦଳ ଆସି ଏସ୍ସିବିରେ ପହଞ୍ଚିଥିଲେ । ଯକୃତ ଦାତା ଓ ଗ୍ରହୀତାଙ୍କୁ ଡାକ୍ତରୀ ଦଳ ନିରୀକ୍ଷଣ କରିଥିଲେ ।ଆଜି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସିଆନ ଇନଷ୍ଟିଚୁ୍ୟଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । ଏଆଇଜି ହାଇଦ୍ରାବାଦର ନିର୍ଦ୍ଦେଶକ ଡାକ୍ତର ପି. ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଆଜି ସକାଳେ ଏସସିବି ଆସି ପହଞ୍ଚିଲା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ଆଜି ସକାଳ ୮ ଠାରୁ ଦିନ ଚାରିଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା । ଏବେ ଦୁଇ ଦମ୍ପତି ଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ ।
