ଅର୍ଗସ ବ୍ୟୁରୋ : ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ । ନିଜ ପୁଅ ପାଇଁ ବିବାଦ ଫସିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସେପଟେ ସୁରଙ୍କ କାମ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କଲା ରାଜ୍ୟ କଂଗ୍ରେସ । ସୁରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ନୋଟିସ ।
ଭିଡ଼ିଓରେ ଦେଖିବାକୁ ମିଳିଛି କି, ମୁଁ ସିମ୍ବଲକୁ ଯିବିନି ହେଲେ ଦୁଇଟି ଶଙ୍ଖକୁ ବାଡେଇ ଦିଅ ବୋଲି କହିଛନ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର କୌଣସି ଏକ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହ ସୁରଙ୍କ ଭିଡିଓ ଭାଇରଲ ହେବାର ଲାଗିଛି । ଉତ୍ତରରେ ସୁଶାନ୍ତ ଆସିବ ବୋଲି ଲୋକଙ୍କୁ କହୁଛନ୍ତି ସୁର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ସୁର । ମନ୍ମଥ ବିଜେଡିରେ ମିଶିବା ଦିନ ସୁରଙ୍କ ଉପସ୍ଥିତି ଓ କିଛି ବୟାନକୁ ନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ କରିଛି କଂଗ୍ରେସ । ସେପଟେ ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ । କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ।
