କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ କଂଗ୍ରେସକୁ ଏସ. ଜୟଶଙ୍କରଙ୍କ ଟାର୍ଗେଟ୍‌

 ଅର୍ଗସ ବ୍ୟୁରୋ: ଗତକାଲି କଚାତିବ୍ୟୁ ଦ୍ୱୀପ ପ୍ରସଙ୍ଗରେ  ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିଶାନା କରିଥିବା ବେଳେ ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟାର୍ଗେଟ୍ କରିଛନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ପ୍ରଥମେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ଦେବାକୁ ଚାହୁଁଥିଲେ । ଏହାପରେ ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଏଥିରେ ରାଜି ହୋଇଥିଲେ ।  ତା ପରଠାରୁ କଚାତିବ୍ୟୁ ଶ୍ରୀଲଙ୍କା ଅକ୍ତିଆରରେ ରହିଛି । ଶ୍ରୀଲଙ୍କା ପକ୍ଷରୁ ୬ ହଜାରରୁ ଅଧିକ ଭାରତୀୟ ଧୀବରଙ୍କୁ ଅଟକ ରଖାଯାଇଥିବା ବେଳେ ୧୧ଶହରୁ ଅଧିକ ଡଙ୍ଗା ଜବତ କରାଯାଇଛି ।



ଏ ପ୍ରସଙ୍ଗରେ ସଂସଦରେ ବାରମ୍ବାର ଉତ୍ତର ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । କିନ୍ତୁ ଏବେ ସାରା ଦେଶ ଜାଣିବାର ଅଛି କେଉଁ ପରିସ୍ଥିତିରେ କଚାତିବ୍ୟୁ ଦ୍ୱୀପ ଭାରତ ହାତରୁ ଗଲା । ସବୁଜାଣି କଂଗ୍ରେସ ଓ ଡିଏମକେ ଏବେ କିଛି ଜାଣି ନଥିବାର ଅଭିନୟ କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ନିଶାନା କରିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Post a Comment (0)
Previous Post Next Post