ଅର୍ଗସ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ। ଇଡି ଦ୍ୱାରା ୨୧ ମାର୍ଚ୍ଚ ରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଥମେ ଇଡିକୁ ୨୮ ମାର୍ଚ୍ଚ ଏବଂ ପରେ ୧ ଏପ୍ରିଲ ପର୍ଯ୍ୟନ୍ତ ରିମାଣ୍ଡ ରେ ନେଇଥିଲା ଇଡି।
କେଜରିୱାଲଙ୍କୁ ନେଇ ତିହାର ଜେଲରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ତିହାର ଜେଲରେ ମୋଟ ୯ ଜେଲ ରେ ୧୨ ହଜାର ସେଲ ରହିଛି। କେନ୍ଦ୍ରୀୟ ଏଜେନ୍ସିକୁ କେଜରିୱାଲ ତଦନ୍ତ ସହଯୋଗ କରୁ ନ ଥିବା ଅଭିଯୋଗ କରିଛନ୍ତି। ତିହାର ଜେଲରେ ପୂର୍ବରୁ ଆମ୍ ଆଦମି ନେତା ସଞ୍ଜୟ ସିଂ ୫ ନମ୍ୱର ଜେଲ , ମନିଷ ସିସୋଦିଆ ୧ ନମ୍ବର ଜେଲ, ସତ୍ୟନ୍ଦ୍ର ଜେନ ୭ ନମ୍ବର ଜେଲରେ ରହୁଛନ୍ତି। ଏହି ଜେଲରେ ଖାସ କରି ଇଡି ଏବଂ ସିବିଆଇ ଦ୍ୱାରା ସମ୍ବଦିତ କଏଦୀ ମାନଙ୍କୁ ରଖାଯାଏ।
ଅଧିକ ପଢ଼ନ୍ତୁ ଭାରତ ଖବର
