ଅର୍ଗସ ବ୍ୟୁରୋ : ଡହଡହ ଖରା ସାଙ୍ଗକୁ ଅସହ୍ୟ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୪୦ ଛୁଇଁଲା ପାରଦ । ଆସନ୍ତାକାଲି ଠାରୁ ଅନୁଭୂତ ହେବ ଉଷ୍ମରାତ୍ରୀ । ଆଗାମୀ ୨ ଦିନ ୨-୪ ଡିଗ୍ରୀ ବଢିବ ତାପମାତ୍ରା । ଏପ୍ରିଲ ୪ରୁ ୬ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗମୀ ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨-୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି l ବିଶେଷ କରି ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।
ଆଜି ଦିନ ୨ଟା ୩୦ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା- ଚାନ୍ଦବାଲିରେ ସର୍ବାଧିକ ୩୯.୬, ଭୁବନେଶ୍ବରରେ ୩୯.୪, ଝାରସୁଗୁଡାରେ ୩୯, ବାଲେଶ୍ୱରର ୩୮.୫, ସମ୍ବଲପୁରରେ ୩୮.୫, ହୀରାକୁଦରେ ୩୮.୫, କେନ୍ଦୁଝରରେ ୩୭.୮, ରାଉରକେଲାରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସିଝୁଛି ଓଡ଼ିଶା । ହଠାତ୍ ତାପମାତ୍ରା ବୃଦ୍ଧି ଜନବଜୀବନକୁ ଅସ୍ତବ୍ୟସ୍ତ କରୁଛି । ପ୍ରଚଣ୍ଡ ଖରା ଏବେ ଜନ ସାଧାରଣ ଙ୍କ ପାଇଁ ଦାଉ ସାଜ୍ଜିଲାଣି । ଭୁବନେଶ୍ବର ପରି କଟକରେ ଅସହ୍ୟ ହେବାରେ ଲାଗିଛି ତାତି । ଦିନ ୧୦ଟା ହେଉ ହେଉ ବଢୁଛି ପାରଦ । ଫଳରେ ଦିନ ସମୟରେ ଘରରୁ ବାହାରିବା ମୁସ୍କିଲ ହୋଇପଡୁଛି । ତାତି ଏତେ ଜୋରରେ ବଢୁଛି, ହେଲେ କଟକ ମହାନଗର ନିଗମ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ର ଖୋଲି ନାହିଁ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
