ଭୁବନେଶ୍ୱର: ଲୋକାର୍ପିତ ହେଲା ‘ମୁଁ ଓଡ଼ିଆ’ ଓ୍ବେବପୋର୍ଟାଲ। ଏଭଳି ଏକ ପୋର୍ଟାଲ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଗୌରବମୟ ଇତିହାସ, ଆମ ପରମ୍ପରାର ମହତ୍ତ୍ବକୁ ଆହୁରି ବିସ୍ତାରିତ ଆଉ ବିଶ୍ବସ୍ତରରେ ପୁନସ୍ଥାପିତ କରିବା। ଏଥିରେ ଆପଣମାନେ ଓଡିଆ ଜାତିର ଟିକ୍ ନିଖ ଖବର ପାଇପାରିବେ । ଆମ ଇତିହାସର ବିଭିନ୍ନ ଘଟଣାବଳୀ ଏଥିରେ ସ୍ଥାନିତ ହେବ । ଯେଉଁମାନେ ଓଡ଼ିଶା ବିଷୟରେ ରିସର୍ଚ କରୁଛନ୍ତି କିମ୍ବା କିଛି ଜାଣିବାକୁ ଚାହୁଁଛନ୍ତି ଏହା ସେହିମାନଙ୍କ ପାଇଁ ନିଶ୍ଚିତ ଭାବେ ସୁଯୋଗ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ଯଦି ଦେଖିବା ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା ପ୍ରତି ଆମ ଯୁବପିଢୀଙ୍କୁ ସଚେତନ କରିବା ପାଇଁ ଏହା ମୁଖ୍ୟତ ଖୋଲାଯାଇଥିବା ଅତିଥିଗଣ ମତ ରଖିଛନ୍ତି ।
ଆଗାମୀ ପିଢୀକୁ ଆମ ଓଡ଼ିଶାର ଇତିହାସ ବିଷୟରେ ସୂଚନା ଦେବାକୁ ଏହି ଓ୍ବେବପୋର୍ଟାଲ କାର୍ଯ୍ୟ କରିବ ବୋଲି ‘ମୁଁ ଓଡ଼ିଆ’ ସଂଗଠନ ପକ୍ଷରୁ ଆଶା ରଖିଛନ୍ତି । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତୁସ୍ମିତା ପଟେଲ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିନେ ସମୀକ୍ଷକ ତଥା ଐତିହାସିକ ସୂର୍ଯ୍ୟ ଦେଓ, ପୂର୍ବତନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଲଲାଟେନ୍ଦୁ ଦାସ ମହାପାତ୍ର, ରୋଟାରୀ କ୍ଲବର ସଭାପତି ସୁରଜ ରାଜ, ସମ୍ପାଦକ ଓଡ଼ିଆ ଲାଇବ୍ରେରୀ ଏକାଡେମୀ ବିଜୟ ପଣ୍ଡା, ଫିଲ୍ମ ନିର୍ମାତା ମାନସ ସାହୁ, ସମାଜସେବୀ ସଂଯୋଜିତା ମିଶ୍ର ଯୋଗଦେଇଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
