ଜଗତସିଂହପୁର: ଅଠରବାଙ୍କି ସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନଲିମିଟେଡ ସମ୍ମୁଖରେ ଥିବା ଏକ ତେଲ ଟ୍ୟାଙ୍କର ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଟ୍ୟାଙ୍କର ନିକଟରେ ଠିଆ ଯାଇଥିବା ଆଉ ଦୁଇଟି ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲାଗିଥିବା ଟ୍ୟାଙ୍କର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଅଘଟଣ କୁ ରୋକାଯାଇପାରିଛି।
ଏଠାରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ ର ତିନୋଟି ତୈଳ ଟର୍ମିନାଲ ରହିଥିବା ବେଳେ ଆଇଓସିଏଲ ର ଏକ ଗ୍ୟାସ ଟର୍ମିନାଲ ମଧ୍ୟ ରହିଛି। ଯେଉଥିରେ ଲକ୍ଷାଧିକ ଲିଟର ପେଟ୍ରୋଲ , ଡିଜେଲ ଓ ଗ୍ୟାସ ଗଛିତ ରହିଛି। ମାତ୍ର ଏଠାରେ ଟ୍ୟାଙ୍କର ଗୁଡିକୁ ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ , ସମସ୍ତ ଗାଡି ପାଖକୁ ପାଖ ରଖାଯାଇଛି। ଏହି ଅଗ୍ନିକୁଣ୍ଡ ଘଟିଥିବା ଟ୍ୟାଙ୍କର ଟି ଫାଙ୍କା ଥିବାରୁ ବଡ ଅଘଟଣ ରୁ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ। ଗାଡିର ବ୍ୟାଟେରୀ ସର୍ଟସର୍କିଟ ହୋଇ ଗାଡିରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଡ୍ରାଇଭର ମାନେ ପ୍ରଥମେ ଫୋମ୍ ମାରି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ପାରାଦ୍ଵୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କୁ ଆଣିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
