ଅର୍ଗସ ବ୍ୟୁରୋ: ଅନ୍ ଲାଇନ ଗେମିଂ ଦୁନିଆରେ ମୋଦିଙ୍କ ଏଣ୍ଟ୍ରି। ଗେମର୍ସ ମାନଙ୍କ ସହିତ ମିଶିଲେ, କଥା ହେଲେ। ନୂଆ ପିଢୀର ଅନ ଲାଇନ ଗେମରସ ମାନଙ୍କର ଇଚ୍ଛାକୁ ଜାଣିଲେ ପ୍ରଧାନମନ୍ତ୍ରୀ । ଇଣ୍ଡିଆର କିଛି ଜଣାଶୁଣା ଅନଲାଇନ ଗେମର୍ସ ମୋଦିଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି କ୍ଷେତ୍ରରେ ସେମାନଙ୍କର ଅନୂଭୂତି ଏବଂ ଏଥିରେ ଥିବା କ୍ୟାରିଅରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ ଏହି ୟଙ୍ଗ ଗେମରସ୍ ମାନେ।
ଏହା ସେମାନଙ୍କ ପାଇଁ ଏକ ବିଶେଷ ଅନୂଭୂତି ଥିଲା ବୋଲି ସେମାନେ କହିଛନ୍ତି। ଯୁବକ ମାନଙ୍କୁ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି ଏବଂ ଏହି କ୍ଷେତ୍ରରେ ମଧ୍ୟ ସେ ଗେମିଂ ସହ ଜଡିତ ସମସ୍ତ ତଥ୍ୟ କୁ ନେଇ ଆଲୋଚନା କରିଥିଲେ ଏବଂ ଗେମରସ୍ ମାନଙ୍କୁ ଉତ୍ସାହିତ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:
