ଦିନ ସାଢେ ୧୧ଟା ସୁଦ୍ଧା ପାରଦ ଛୁଇଁଲା ୩୯.୨ ଡିଗ୍ରୀ

 ଅର୍ଗସ ବ୍ୟୁରୋ: ସକାଳୁ କଲବଲ କଲାଣି ତାତି। ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି। 



ଭୁବନେଶ୍ବରରେ ମଧ୍ୟ ପାରଦ ଛୁଇଁଲା ୩୯.୨ ଡିଗ୍ରୀ। ଅସମ୍ଭାଳ ଗୁଳୁଗୁଳିକୁ ଅସହ୍ୟ ତାତି ମୁହଁ କାନ ପୋଡ଼ି ପକାଉଛି।

ତେବେ ଆଗକୁ ଆହୁରି ତାପମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସତର୍କତା ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Post a Comment (0)
Previous Post Next Post